ରାଜଗାଙ୍ଗପୁର/ବିଷ୍ଣୁ ଭୌମିକ : ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଫୁଟବଲ ପଡ଼ିଆ ଠାରେ ଡାଲମିଆ ଭାରତ ସିମେଣ୍ଟ (ଓସିଏଲ)ର କାର୍ଯ୍ୟନିର୍ବାହୀଅଧୂକାରୀଙ୍କ ସହ ମାଡପିଟି ଭଳି ସଂଗୀନ ଅଭିଯୋଗ ଆସିଥିବା ବେଳେ ଏ ଅପ୍ରୀତିକର ଅଘଟଣରେ ଯୁବକ ଗୁରୁତର ହୋଇଥିବା ଜଣାପଡିଛି | ଅଭିଯୋଗ ଅନୁଯାୟୀ, ରାଜଗାଙ୍ଗପୁର ଫୁଟବଲ ପଡ଼ିଆ ଠାରେ ଅନୁଷ୍ଠିତ ହେଉଥିବା ଗଣେଶ ପୂଜା ପେଣ୍ଡାଲକୁ ଡାଲମିଆ ଭାରତ ସିମେଣ୍ଟ (ଓସିଏଲ)ର କାର୍ଯ୍ୟନିର୍ବାହୀ ଅଧୂକାରୀ ଚେତନ୍ ଶ୍ରୀବାସ୍ତବ ଦର୍ଶନ କରିବାକୁ ଆସିଥିଲେ।ଦର୍ଶନ ସାରି ପ୍ରସାଦ ଗ୍ରହଣ କରି ଫେରୁଥିବା ବେଳେ, ରାଜଗାଙ୍ଗପୁର ନିବାସୀ ଦିଲିପ୍ ସାହୁ କାର୍ଯ୍ୟନିର୍ବାହୀ ଅଧୂକାରୀ ଶ୍ରୀବାସ୍ତବଙ୍କୁ ଆକ୍ରମଣ କରିଥିଲେ। ପରେ ଶ୍ରୀବାସ୍ତବଙ୍କ ସୁରକ୍ଷା କର୍ମୀ ଆକ୍ରମଣକାରୀ ଦିଲିପ୍ ସାହୁଙ୍କୁ ମାଡ ମାରିଥିଲେ। । ଏଥିରେ ଏ ଉତକ୍ଷିପ୍ତ ହୋଇ ଦିଲିପ୍ ସାହୁ ସୁରକ୍ଷାକର୍ମୀ ଏବଂ ଶ୍ରୀବାସ୍ତବଙ୍କୁ ପ୍ରତିଆକ୍ରମ ଆକ୍ରମଣ କରି ପାଟିତୁଣ୍ଡ କରିଥିଲେ। ପରେ ରାଜଗାଙ୍ଗପୁର ପୋଲିସ୍ ଖବର ପାଇ ଘଟଣା ଟଣାସ୍ଥଳରେ ପହଞ୍ଚି ଦିଲିପ୍କୁ ଥାନାକୁ ନେଉଥିବାବେଳେ କୌଶଳ କରି ଦିଲିପ୍ ପୋଲି ପୋଲିସ୍ କବଳରୁ ଖସି ଆସି ପୁଣି ଆକ୍ରମଣ କରିଥିଲା। ହେଲେ ଶ୍ରୀ ବାସ୍ତବଙ୍କ ସୁରକ୍ଷା କର୍ମ ନର୍ମୀମାନେ ଦିଲିପ୍ ସାହୁଙ୍କୁ ନିସ୍ତୁକ ମାଡ଼ ମାରି ଲହୁ ଲୁହାଣ କରି ଦେଇଥିଲେ। ପରେ ପୋଲିସ ପୁଣି ଆସି ସୁରକ୍ଷା କର୍ମୀ କବଳରୁ ଦିଲିପ୍ ସାହୁକୁ ଉଦ୍ଧାର କରି ରାଜଗାଙ୍ଗପୁର ଙ୍ଗପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରି ଥିଲେ। ସେଠାରୁ ପ୍ରାଥମିକ ଚିକିତ୍ସା ପରେ ଅଳ୍ପ ଅଧୂକ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡ଼ାକ୍ତରଖାନାକୁ ପଠାଯାଇଥିବା ଜଣାଯାଇଛି। ଛି । ସୂଚନା ଯୋଗ୍ୟ ଯେ, ଦିଲିପ୍ ସାହୁର କେତୋଟି ଗାଡ଼ି ଡାଲମିଆ ଭାରତ ସିମେଣ୍ଟ ଓସିଏଲରେ କାମ କରୁଥିଲା ହେଲେ କୈାଣସି କାରଣରୁ କମ୍ପାନୀ ସେହି ଗାଡିଗୁଡିକୁ ବ୍ଲକ୍ଲିଷ୍ଟରେ ରଖ୍ ଗାଡ଼ିଗୁଡିକୁ ବାହାର୍ କରିଦେଇଥିଲା । ଯାହାଫଳରେ ଦିଲିପ୍ ସାହୁ ପ୍ରତିକ୍ରିୟାଶୀଳ ହୋଇ ଆକ୍ରମଣ କରିଥିବା ସନ୍ଦେହ ହେଉଛି। ଅନ୍ୟ ପକ୍ଷରେ ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ପକ୍ଷରୁ ଥାନାରେ କୌଣସି କେଶ୍ କରିନଥୁବା ଜଣାପଡିଛି।
Sign in
Sign in
Recover your password.
A password will be e-mailed to you.