ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଏକ ଚାରି ପାଞ୍ଚ ମାସର ଶିଶୁ ଭ୍ରୁଣକୁ କୁକୁର ଟାଣି ନେଉଥିବା ଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବେଲଗୁଣ୍ଠା ଥାନା ଅଞ୍ଚଳରେ I ସୂଚନା ପ୍ରକାରେ ଶୁକ୍ରବାର ସନ୍ଧ୍ୟା ସାତ ଘଣ୍ଟା ସମୟରେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଉଢୁରା ଛକ ନିକଟରେ ଏକ ଚାରି ପାଞ୍ଚ ମାସର ଶିଶୁ ଭୃଣକୁ କୁକୁର ମୁଖ୍ୟ ସଡକ ଉପରକୁ ଟାଣି ଆଣିଥିଲା I ସ୍ଥାନୀୟ ଲୋକେ ଏହା ଦେଖିବା ପରେ ବେଲଗୁଣ୍ଠା ଥାନାକୁ ଖବର ଦେଇଥିଲେ I ବେଲଗୁଣ୍ଠା ଥାନା ଏସ୍ଆଇ ଅଭୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ଘଟଣା ସ୍ଥଳରେ ପୋଲିସ୍ ଟିମ୍ ପହଞ୍ଚି ଶିଶୁ ଭୃଣକୁ ଜବତ କରି ଆଜି ସକାଳେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଇଥିଲେ I ଘଟଣା ସ୍ଥଳକୁ ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଦୀପକ୍ କୁମାର ମିଶ୍ର ମଧ୍ୟ ପରିଦର୍ଶନ କରିଥିଲେ I ଏନେଇ ବେଲଗୁଣ୍ଠା ଥାନାରେ ୧୦/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ବେଲଗୁଣ୍ଠା ଥାନା ଏଏସ୍ଆଇ ପ୍ରମୋଦ କୁମାର ଚେଟି ଘଟଣାର ତଦନ୍ତ କରୁଛନ୍ତି I ଶିଶୁ ଭ୍ରୂଣର ଦାବିଦାର କେହି ନଥିବାରୁ ପ୍ରଶାସନ ତରଫରୁ ତହାକୁ ପୋତି ଦିଆଯାଇଛି I ତେବେ ଭ୍ରୁଣଟି କେଉଁଠୁ ଆସିଲା କିଛି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ କୌଣସି କୁମାରୀ ମାଆ ଗର୍ଭପାତ କରାଇ ଏହାକୁ ରାସ୍ତା ପାର୍ଶ୍ବରେ ଫୋପାଡ଼ି ଦେଇଥିବା କିମ୍ବା କନ୍ୟା ଭୃଣ ସନ୍ଦେହରେ ଗର୍ଭପାତ କରାଇ ଫୋପାଡ଼ି ଦିଆଯାଇଥିବା ଅନୁମାନ କରାଯାଉଛି I