ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୩୦/୦୮/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଅଞ୍ଚଳା ଗ୍ରାମ ର ମା ଠାକୁରାଣୀ ଗଣେଶ ପୂଜା ମଣ୍ଡପ ପରିସରରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗ୍ରାମ ର ପୂଜକ ଧନୁର୍ଜୟ ପୂଜାରୀ ଗ୍ରାମ ଦେବାଦେବୀ ଙ୍କ ନିକଟରେ ନୂଆଁ ଧାନ ଅର୍ପଣ କରିବା ପରେ ପିତୃ ପୁରୁଷ କୁ ଭୋଗ ଦେଇ ଗ୍ରାମର ଆବାଳ ବୃଦ୍ଧ ବନିତା ନବାନ୍ନ ଗ୍ରହଣ କରିଥିଲେ।ଜାତି,ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଗ୍ରାମର ସମସ୍ତେ ଏଠାରେ ଏକତ୍ରିତ ହୋଇଥିଲେ। ଏହି ଅବସରରେ ବଡ ମାନଙ୍କୁ ଛୋଟ ମାନେ ଜୁହାର କରି ଆଶୀର୍ବାଦ ଗ୍ରହଣ କରିଥିଲେ। ନୂଆଖାଇ ର କିଛି ଦିନ ପୂର୍ବରୁ ଗ୍ରାମ ରେ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଥିବା ବେଳେ ଦୂର ଦୁରାନ୍ତାରୁ ଥିବା ନିଜ ଆତ୍ମୀୟ ପରିଜନ ନିଜ ଗ୍ରାମ କୁ ଫେରିଥିଲେ। ଘର ଗୁଡ଼ିକ ଲିପା ପଛା କରିବା ସହ ସମସ୍ତେ ଆଜି ନୂଆ ବସ୍ତ୍ର ପରିଧାନ କରି ଗ୍ରାମର ମା ଠାକୁରାଣୀ ଗଣେଶ ପୂଜା ମଣ୍ଡପ ନିକଟରେ ଏକତ୍ରିତ ହୋଇଥିଲେ। ପୁରୁଣା ଶତ୍ରୁତା,ଦୁଃଖ,ରୋଗବ୍ୟାଧି ଭୁଲି ନୂଆ ଜୀବନ ବଞ୍ଚିବା ର ପ୍ରୟାସ କରାଯାଇ ଆଜି ଏହି ଭେଟ ଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନୂଆ ଧାନ ରେ ଖିରି,ପିଠା ଆଦି କରାଯାଇ ସମସ୍ତ ଙ୍କ ମଧ୍ୟରେ ଆଦାନ ପ୍ରଦାନ କରାଯାଇଥିଲା। ସମସ୍ତେ ଜୁହାର ଭେଟ ପରେ ନାଚ ଗୀତର ଆସର ଜମି ଆନନ୍ଦ ମୟ ପରିବେଶ ସୃଷ୍ଟି ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଗ୍ରାମର ରତନ କଲାର, ଚଇତୁ ହରିଜନ, ଖଗପତି ଗୌଡ,ମଧୁ ଦାସ,ମୋହନ ଦାସ, ଧର୍ମୁ ଗୌଡ, ନିତ୍ୟା ଦାସ,ଈଶ୍ୱର ଭତରା ଓ ଝାଡେଶ୍ୱର ଭତରା ସହ ଅନ୍ୟ ମାନେ ଯୋଗ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
Next Post