ପାଇକମାଳ ହାଇସ୍କୁଲରେ ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ କୁବେର ପୁରୋହିତଙ୍କ ଶୋକ ସଭା ଅନୁଷ୍ଠିତ l

7

ପଦ୍ମପୁର /ଶିବାଶିଷ ପଟ୍ଟନାୟକ:- ପଦ୍ମପୁର ଉପଖଣ୍ଡ ବରିକେଲ ପଞ୍ଚାୟତ “ସିଂହନପୁର” ଗ୍ରାମର ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ କୁବେର ପୁରୋହିତଙ୍କ ବିୟୋଗରେ ଆଜି ପାଇକମାଳ ହାଇସ୍କୁଲ ପରିସରରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି। ୮୨ ବର୍ଷ ବୟସରେ ପଦ୍ମପୁର ହସ୍ପିଟାଲରେ ତାଙ୍କର ପରଲୋକ ହୋଇଥିଲା। ତାଙ୍କ ବିୟୋଗ ଖବର ପାଇ ବରଗଡ଼, ପଦ୍ମପୁର, ପାଇକମାଳ, ଝାରବନ୍ଧ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଆଜିର ଶୋକ ସଭାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜ୍ୟୋତିର୍ମୟୀ ପଟ୍ଟନାୟକ, ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ପ୍ରଫୁଲ୍ଲ କୁମାର ପାଣିଗ୍ରାହୀ, ଅନିଲ କୁମାର କାଳିଆ, ଡୋଲାମଣି ମାହାର,ମହାଦେବ ବେହେରା, କୁସୁମ ରାଓ, ରତନ କୁମାର ଅଗ୍ରୱାଲ, ଶରତ ଚନ୍ଦ୍ର ବଡ଼ପଣ୍ଡା, ଗଜରାଜ ପାତ୍ର, ସହଦେବ ପ୍ରଧାନ, ଦେବେନ୍ଦ୍ର ସାହୁ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ଦିବଂଗତ ଶିକ୍ଷକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇ ତାଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇଥିଲା। ସଭାରେ ଶିକ୍ଷକମାନେ ସ୍ୱର୍ଗତ ପୁରୋହିତଙ୍କୁ ଜଣେ ଆଦର୍ଶ ଶିକ୍ଷକ, ସରଳ ଓ ମିଷ୍ଟଭାଷୀ ବ୍ୟକ୍ତି ଭାବେ ମନେ ପକାଇଥିଲେ। ଛାତ୍ରଛାତ୍ରୀଙ୍କ ପ୍ରତି ତାଙ୍କର ସ୍ନେହ ଓ ଶିକ୍ଷାଦାନ ପ୍ରତି ନିଷ୍ଠା ସବୁଦିନ ମନେ ରହିବ ବୋଲି କହିଥିଲେ l ଶେଷରେ ତାଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରାଯାଇଥିଲା l

Leave A Reply

Your email address will not be published.