ଜାତୀୟ କ୍ରୀଡା ଦିବସରେ ପ୍ରଥମ ରାଜ୍ୟସ୍ତରୀୟ ସଙ୍ଗୀତ ଯୋଗାସନ ପ୍ରତିଯୋଗିତା

0 1

ପୁରୀ, (ଅନିମେଶ ପଟ୍ଟନାୟକ): ଜାତୀୟ କ୍ରୀଡା ଦିବସ ୨୦୨୫ ଉପଲକ୍ଷେ ଝାଡେଶ୍ୱରୀ କ୍ଲବ, ଶ୍ରୀ ମା ଯୋଗ ମନ୍ଦିର ଏବଂ ହେଲଥ ପଏଣ୍ଟ ର ସହଯୋଗରେ ଝାଡେଶ୍ୱରୀ କ୍ଲବ ପ୍ରାଙ୍ଗଣରେ ଏକ ଐତିହାସିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଥର ପାଇଁ ରାଜ୍ୟସ୍ତରରେ ସଙ୍ଗୀତ ଯୋଗାସନ ପ୍ରତିଯୋଗିତାର ଆୟୋଜନ ହୋଇଥିଲା । ମିନି, ଉପକନିଷ୍ଠ, କନିଷ୍ଠ, ବରିଷ୍ଠ ଓ ବୟସ୍କ ଏଭଳି ଅନେକ ବର୍ଗରେ ପ୍ରାୟ ୧୫୦ ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ସମସ୍ତେ ଉତ୍ସାହ ସହିତ ସଙ୍ଗୀତ ଯୋଗାସନର ପ୍ରଦର୍ଶନ କରିଥିଲେ। ଏହି ଅବସରରେ କିଟ୍ ବିଶ୍ବବିଦ୍ୟାଳୟର ଯୋଗ ପ୍ରାଧ୍ୟାପକ ଡଃ ଶାନ୍ତାମତି ଦାଶ, ଜାତୀୟ ବିଚାରକ ମମତା ମହାନ୍ତି, ସଞ୍ଜୟ କୁମାର ପଣ୍ଡା, ସରୋଜ କୁମାର ମହାପାତ୍ର ଏବଂ କ୍ଲବର ବରିଷ୍ଠ ପ୍ରଶିକ୍ଷକ ସଞ୍ଜୟ କୁମାର ମିଶ୍ରଙ୍କୁ “ଯୋଗ ଶ୍ରୀ” ସମ୍ମାନ ପ୍ରଦାନ କରାଯାଇଥିଲା। ସେପରି, ଗିରିଜା ଶଙ୍କର ଶତପଥୀ, ରଞ୍ଜନ କୁମାର ପାତ୍ର, ବସନ୍ତ କୁମାର ଖିଲାର, ଦିଲୀପ କୁମାର ଦାଶ ଓ ମନସ୍ୱୀନୀ ମିଶ୍ରଙ୍କୁ “ସୁବିଚାରକ” ସମ୍ମାନରେ ସମ୍ମାନିତ କରାଯାଇଥିଲା। ଲିପିନା ପାତ୍ର, ଝୁମୁନା ପାତ୍ର, ଅନୀତା ପାତ୍ର, ଶ୍ୱେତଲିନା ପାତ୍ର, ସଂଘମିତ୍ରା ସେଠି, ପ୍ରଭାତୀ ହୋତା, ଅଂଜଳି କାନୁନ୍‌ଗୋ, ରୁଚିମିତ୍ରା ଜଗଦ୍ଦେବ ଓ ମୀନତି ସାହୁଙ୍କୁ “ଯୋଗ ଜାଗୃତି” ସମ୍ମାନରେ ସମ୍ମାନୀତ କରାଯାଇଥିଲା।

ପ୍ରତିଯୋଗିତାରେ ବିଭିନ୍ନ ବର୍ଗର ପ୍ରଥମ ସ୍ଥାନର ପ୍ରତିଯୋଗୀ ତପସ୍ୱିନୀ ସେଠୀ, ଦେବଶ୍ରୀ ରଥ, ଶ୍ୱସ୍ତିକ ରଞ୍ଜନ ରଣସଂହ, ପି. ରାହୁଲ କୁମାର ରାଓ, ସ୍ରୁଷ୍ଟି ସିଗ୍ନଧା ବେହେରା, ସୁନୀତା ମାଝୀ, ବନୀତା ଦୀକ୍ଷିତ, ପ୍ରଭାତୀ ହୋତା ଓ ଆଲୋକ ପ୍ରଧାନଙ୍କୁ ପୁରସ୍କାର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଶେଷରେ ପ୍ରଶିକ୍ଷକ ସଞ୍ଜୟ କୁମାର ମିଶ୍ର ଯୋଗାସନର ମହତ୍ତ୍ୱ ବିଷୟରେ ଆଲୋକପାତ କରି ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

Leave A Reply

Your email address will not be published.