ପୁରୀ,୨୯/୮: ଶୁକ୍ରବାର ଲୋକସଭା ବାଚସ୍ପତି ଶ୍ରୀମନ୍ଦିର ଆସି ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି । ସିଂହଦ୍ଵାର ଠାରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ପରେ ଅରୁଣସ୍ତମ୍ଭ ନିକଟରେ ପ୍ରଣାମ କରି ଶ୍ରୀମନ୍ଦିର ଭିତରକୁ ଯାଇଥିଲେ । ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ନିମନ୍ତେ ବରିଷ୍ଠ ଅଧିକାରୀ ମାନେ ପାଛୋଟି ନେଇଥିଲେ । ମହାପ୍ରଭୁଙ୍କ ଦର୍ଶନ କରିବା ପରେ ମା ବିମଳା, ମହାଲକ୍ଷ୍ମୀଙ୍କ ଦର୍ଶନ କରିଥିଲେ । ଦର୍ଶନ କରି ନିଜକୁ ଧନ୍ଯ ମଣିବା ସହ ଭାରତର ଉର୍ନ୍ନତି ଓ ରାଜ୍ୟର ସୁଖ ସମୃଦ୍ଧି କାମନା କରିଥିଲେ । ମହାପ୍ରଭୁଙ୍କ ଦର୍ଶନ ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୁରୀ ସାଂସଦ ସମ୍ବିତ ପାତ୍ର,ମନ୍ତ୍ରୀ ରବିନାରାୟଣ ନାୟକ,ସ୍ବାସ୍ଥ୍ୟମନ୍ତ୍ରୀ, ପଞ୍ଚାୟତମନ୍ତ୍ରୀଙ୍କ ସମେତ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ପୁରୀ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଜିଲ୍ଲାପାଳ ଦିବ୍ଯ ଜ୍ଯୋତି ପରିଡା,ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଡ.ଅରବିନ୍ଦ ପାଢୀ, ଏସପି ପ୍ରତୀକ ସିଂହଙ୍କ ସମେତ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ଯ ବୃନ୍ଦ ଓ ବହୁ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତ ଥିଲେ । ଲୋକସଭା ବାଚସ୍ପତିଙ୍କ ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ଯବସ୍ଥା କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.
Next Post