ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ କାର୍ଯ୍ୟାଳୟ ସଂସ୍କୃତି ଭଵନ ପ୍ରତିଷ୍ଠା ଦିବସ

0

 

ଓଡଗାଁ,୨୯।୮(ଶ୍ରୀକାନ୍ତ କୁମାର ମିଶ୍ର):ନୟାଗଡ଼ ଜିଲ୍ଲା ଓଡଗାଁ ମିନି ଷ୍ଟାଡିୟମ ପରିସରରେ ଶୁକ୍ରବାର ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ କାର୍ଯ୍ୟାଳୟ ପ୍ରତିଷ୍ଠା ଦିବସ ପାଳନ ହୋଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କାର୍ଯ୍ୟବାହ ପ୍ରକାଶ କୁମାର ପ୍ରଧାନ, ଓଡଗାଁ ଖଣ୍ଡ କାର୍ଯ୍ୟବାହ ଡାକ୍ତର ଉପେନ୍ଦ୍ର କୁମାର ଗନ୍ତାୟତ, ଖଣ୍ଡ ସଦ୍ଭାବନ ପ୍ରମୁଖ ସୁଶାନ୍ତ କୁମାର ସାହୁ, ଓଡଗାଁ ବଜରଙ୍ଗ ଦଳ ପ୍ରମୁଖ ମାନସ ରଂଜନ ସାହୁ, ଓଡଗାଁ ଖଣ୍ଡ ଶାରୀରିକ ଶିକ୍ଷା ପ୍ରମୁଖ ନୀଳମାଧଵ ଆଚାର୍ଯ୍ୟ, ଯୁବ ନେତା ସନ୍ତୋଷ କୁମାର ପ୍ରଧାନ, ନରେନ୍ଦ୍ର କୁମାର ତ୍ରିପାଠୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ସଂସ୍କୃତି ଭଵନରେ ଶ୍ରୀ ଗଜାନନ ପୂଜନ ସହିତ ପ୍ରବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହା ସହିତ ଚଳିତ ବର୍ଷ ବିଜୟା ଦଶମୀ ପାଳନ ନିମନ୍ତେ ଆଲୋଚନା ହୋଇ କାର୍ଯ୍ୟକ୍ରମ ନିର୍ଦ୍ଧାରଣ ହୋଇଥିଲା । ଏଥିରେ ସ୍ଥାନୀୟ ଅଞ୍ଚଳର ୫୦ ରୁ ଉର୍ଦ୍ଧ ସଙ୍ଘ ପ୍ରେମୀ, ଶିକ୍ଷାବିତ୍, କ୍ରୀଡ଼ାବିତ, ଖବରଦାତା ଉପସ୍ଥିତ ରହି ସଙ୍ଘର ପ୍ରତ୍ୟେକ ରାଷ୍ଟ୍ର ହିତ କାର୍ଯ୍ୟକ୍ରମରେ ସହଯୋଗ କରିବାକୁ ସମ୍ମତି ପ୍ରକାଶ କରିଥିଲେ । ସଦଭାବନା ପ୍ରମୁଖ ସାହୁ ବହୁ ସଂଖ୍ୟାରେ ପ୍ରାତଃ କାର୍ଯ୍ୟକ୍ରମରେ ନିୟମିତ ଅଂଶଗ୍ରହଣ ପୂର୍ବକ ଶାରୀରିକ କ୍ଷେତ୍ରରେ ନିଜକୁ ସୁସ୍ଥ ରଖିବାକୁ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.