ଜାତୀୟ କ୍ରୀଡା ଦିବସ ପାଳନ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି।
ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀରାମ ମୂର୍ତ୍ତି ଭାରତର ପ୍ରସିଦ୍ଧ ହକି ଯାଦୁଗର ମେଜର ଧ୍ୟାନଚନ୍ଦଙ୍କ ଫୋଟରେ ପୁଷ୍ପାଞ୍ଜଳି ଅର୍ପଣ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।
ଜିଲ୍ଲା ଶିକ୍ଷାଧିକାରୀ ଡ଼.ମାୟାଧର ସାହୁଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ପ୍ରତ୍ୟେକ ବିଦ୍ୟାଳୟରେ ଜାତୀୟ କ୍ରୀଡା ଦିବସ ପାଳନ ହୋଇଯାଇଛି। କ୍ରୀଡ଼ା ଶିକ୍ଷକ ତଥା ଭାରପ୍ରାପ୍ତ ଜିଲ୍ଲା ଶାରୀରିକ ଶିକ୍ଷା ଶିକ୍ଷକ ସୁରେନ୍ଦ୍ର କୁମାର ପାତ୍ର ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ତଥା ଦୌଡ , କୁଦ , କବାଡି , ଭଲିବଲ , ଖୋ-ଖୋ ,ଫୁଟବଲ , ହକି , ନେଟବଲ ବିଭିନ୍ନ ଖେଳ ଉପରେ ଖେଳାଳୀ ମାନଙ୍କୁ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମ ରେ ମହାରାଜଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଯୋଗଦାନ କରିଥିଲେ।
ଜଗନ୍ନାଥ ପଟ୍ଟନାୟକ , ଅଶୋକ ଗୌଡ , ଜିକିରୀୟ ଶବର , ମଧୁସୁଦନ ରାଓ , ସୋମନାଥ ଦାଶ , ବି.ରମେଶ , କ୍ରୀଡ଼ା ଶିକ୍ଷକ ପ୍ରିୟଦର୍ଶୀ ମିଶ୍ର , ଲିଙ୍ଗରାଜ ସାହୁ ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଖେଳ ବିଷୟରେ ପ୍ରତ୍ସାହନ କରିଥିଲେ।
ସମସ୍ତ ଖେଳାଳୀ ମାନଙ୍କୁ ପ୍ରତ୍ୟେକ ଦିନ ଏକ ଘଣ୍ଟା ଖେଳ ପଡ଼ିଆରେ ଅତିବାହିତ କରିବା ପାଇଁ ଶ୍ରୀ ପାତ୍ର ନିବେଦନ କରିଥିଲେ।
ସେହିପରି ଇନ୍ଡୋର ଷ୍ଟାଡିୟମ ଠାରେ ଭାରପ୍ରାପ୍ତ କ୍ରୀଡାଧିକାରୀ ଶ୍ରୀ ଜଗନ୍ନାଥ ମେଜର ଧ୍ୟାନଚନ୍ଦଙ୍କ ଫୋଟରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏଥିରେ ଫୁଟବଲ ଖେଳାଳୀ ଓ ବ୍ୟାଟମିଣ୍ଟନ ଖେଳାଳୀ ମାନେ ଯୋଗଦାନ କରିଥିଲେ।
ଏହି କାର୍ଯ୍ୟକ୍ରମ ତିନି ଦିନ ଧରି ଜାରୀ ରହିବ। ୩୦-୮-୨୦୨୫ ତାରିଖ ଦିନ ବିଭିନ୍ନ ବିଦ୍ୟାଳୟରେ ଚିତ୍ରାଙ୍କନ , କୁଇଜ୍ ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହେବ ଓ ୩୧-୮-୨୦୨୫ ତାରିଖ ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ସାଇକେଲ ରାଲି ବାହାରି ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ସମାପନ ହେବ। ପରିଶେଷରେ ପ୍ରିୟଦର୍ଶୀ ମିଶ୍ର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.