ବଲାଙ୍ଗିର ଜିଲ୍ଲା ବିଜେଡି କାର୍ଯ୍ୟକାରିଣୀ ବୈଠକ ଆଜି

0

ବଲାଙ୍ଗୀର/ ନିରୋଜ ମିଶ୍ର : ବଲାଙ୍ଗିର ଜିଲ୍ଲା ବିଜୁ ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ବିଜୁ ଜନତା ଦଳ  କାର୍ଯ୍ୟକାରଣୀ ସଭାପତି ତଥା ସାଂସଦ କଳିକେଶ ନାରାୟଣ ସିଂହଦେଓଙ୍କ ଅଧ୍ୟକ୍ଷତା ରେ ଆଜି ତୁଷୁରା ଠାରେ ଅନୁଷ୍ଠିତ  ହେବ । ଏହି ବୈଠକରେ ଆଗାମୀ ୨୦୧୯ ସାଧାରଣ ନିର୍ବାଚନରେ ବିଜୁ ଜନତାଦଳ କିଭଳି ଭାବରେ ବିଜୟ ଲାଭ କରିବ ସେନେଇ ବିସ୍ତୃତ ଭାବରେ ଆଲୋଚନା ହେବ ବୋଲି ଜିଲ୍ଲା କାର୍ଯ୍ୟକାରୀ ସଭାପତି ଭବାନୀ ପ୍ରସାଦ ହୋତା ଜଣାଇଛନ୍ତି । ଦଳୀୟ ପ୍ରାର୍ଥୀ ମାନଙ୍ଗୁ ପୂର୍ଣ୍ଣପ୍ରାଣ ରେ ସହଯୋଗ କରି ଜିତାଇବା ପାଇଁ ରଣନିତୀ ପ୍ରସ୍ତୁତ କରିବା ପାଇଁ  ଏବଂ ଆମ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ସଫଳ ରୁପାୟନ ନେଇ ଦଳୀୟ କର୍ମି ମାନଙ୍କ ସହଯୋଗ ନିଆଯିବା ସହ ଏକ କର୍ମଶାଳାର ମଧ୍ୟ ଆୟୋଜନ କରାଯିବ ବୋଲି ଶ୍ରୀ ହୋତାଙ୍କ ଠାରୁ ପ୍ରକାଶ ।  

 

 

 

 

 

 

Leave A Reply

Your email address will not be published.