ଏସପିଙ୍କ ପ୍ରଥମ ସମୀକ୍ଷା ବୈଠକ; ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା, ଅପରାଧ ଦମନ ସହ ଜନତା-ପୋଲିସ ମଧ୍ଯରେ ସୁସମ୍ପର୍କ ସ୍ଥାପନାକୁ ଫୋକସ

0

ପୁରୀ,୨୬/୮ (ଅନିମେଶ ପଟ୍ଟନାୟକ): ପୁରୀର ନୂଆ ପୋଲିସ ସୁପରିଣ୍ଡେଣ୍ଟ ପ୍ରତୀକ ସିଂଙ୍କ ଅଧ୍ୟକ୍ଷତାରେ ପ୍ରଥମ ସମୀକ୍ଷା ବୈଠକ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ସମ୍ମିଳନୀ ହଲରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା, ଅପରାଧ ତ ଅପରାଧି ଦମନ ଓ ଜନତା-ପୋଲିସ ମଧ୍ଯରେ ସୁସମ୍ପର୍କ ସ୍ଥାପନାକୁ ବିଷେଶ ଗୁରୁତ୍ୱ ଦିଆଯାଇଛି ।

ଏଥିରେ ଏଏସପି ସୁଶୀଲ ମିଶ୍ର, ଏଏସପି ଦେବୀ ଶଙ୍କର ପ୍ରତାପ, ଏଏସପି ସଚିନ ପଟେଲ, ପୁରୀ ଜିଲ୍ଲାର ସମସ୍ତ ଡିଏସପି ଓ ସମସ୍ତ ଥାନା ଅଧିକାରୀମାନେ ଯୋଗ ଦେଇଥିଲେ। ମୁଖ୍ୟ ଆଲୋଚନା ବିଷୟଗୁଡ଼ିକ ମଧ୍ୟରେ ଶ୍ରୀଜଗନ୍ନାଥ ମନ୍ଦିର ସୁରକ୍ଷା ସମ୍ପର୍କରେ ଆଲୋଚନା ହୋଇଥିଲା । ଆଗାମୀ ପର୍ବପର୍ବାଣୀ ଏବଂ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ପାଇଁ ଏସପି ପ୍ରତୀକ ସିଂ ନିର୍ଦ୍ଦେଶ ଦେଇଛନ୍ତି । ଅପରାଧ ସମୀକ୍ଷା ଓ ହାବିଚୁଆଲ୍ ଅଫେଣ୍ଡର (ଅଭ୍ୟାସଗତ ଅପରାଧି) ମାନଙ୍କୁ ଚିହ୍ନଟ କରି ନଜର ରଖାଯିବା ସହ ସେମାନଙ୍କ ତାଲିକାକୁ ପୁନର୍ବୀକ୍ଷଣ କରି ସେମାନଙ୍କୁ କଡା ନଜରରେ ରଖାଯିବ । ପର୍ବପର୍ବାଣୀ ସମୟରେ ପକେଟ୍‌ମାର ଓ ଅନ୍ୟାନ୍ୟ ଅପରାଧୀମାନଙ୍କ ଉପରେ ପୋଲିସର ତୀକ୍ଷ୍ଣ ନଜର ରହିବ। ନାର୍କୋଟିକ୍ସ କଣ୍ଟ୍ରୋଲ ମଧ୍ୟରେ ଗଞ୍ଜେଇ, ବ୍ରାଉନ ସୁଗର ଓ ଅନ୍ୟାନ୍ୟ ନିଷିଦ୍ଧ ଦ୍ରବ୍ୟ ବ୍ୟାପାରୀମାନଙ୍କୁ ଚିହ୍ନଟ କରିବା ସହ ଧରିବା ପାଇଁ ଥାନା ଅଧିକାରୀ ମାନଙ୍କୁ ନିର୍ଦେଶ ଦିଆଯାଇଥିବା ଜଣାପଡିଛି । ଆଗାମୀ ପର୍ବପର୍ବାଣୀ ରେ ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଯିବ । ଗଣେଶ ପୂଜା, ଦୁର୍ଗା ପୂଜା, ଦୀପାବଳି, କାର୍ତିକ ଵା ଧର୍ମ ମାସ ଇତ୍ୟାଦି ପର୍ବପର୍ବାଣୀରେ ଭିଡ଼ ପରିଚାଳନା, ଯାତାୟାତ ସୁବିଧା, ଓ ଆଇନଶୃଙ୍ଖଳା ପାଳନ କରିବା ପାଇଁ ସୁନିଶ୍ଚିତ ଯୋଜନା କରାଯିବ ବୋଲି ଏସପି ଶ୍ରୀ ସିଂ କହିଛନ୍ତି । ଜିଲ୍ଲାର
ସମସ୍ତ ଆଇଆଇସି ମାନେ ତାଙ୍କ ଅଧୀନସ୍ଥ କ୍ଷେତ୍ରରେ ଆମ ପୋଲିସ ସଭା କରି ଜନତା-ପୋଲିସ ମଧ୍ଯରେ ସୁସମ୍ପର୍କ ସ୍ଥାପନା କରିଯିବ । ଜନତାଙ୍କ ସୁରକ୍ଷାକୁ ପୋଲିସର ପ୍ରାଥମିକତା ଦିଆଯିବ। ଏହି ଅବସରରେ ଏସପି ଶ୍ରୀ ସିଂ ପୁରୀ ଜିଲ୍ଲାର ସୁରକ୍ଷା, ଶାନ୍ତି ଓ ଆଇନଶୃଙ୍ଖଳା ପ୍ରତି ଆମର ପ୍ରତିବଦ୍ଧତା ଅଟଳ ରହିଛି ବୋଲି ବାର୍ତ୍ତା ଦେଇଛନ୍ତି । ସେ ଆହୁରି ମଧ୍ଯ କହିଛନ୍ତି , ଶ୍ରୀଜଗନ୍ନାଥ ମନ୍ଦିର ସୁରକ୍ଷା, ଅପରାଧୀମାନଙ୍କୁ କଡା ହାତରେ ଦମନ,ଏବଂ ଆଗାମୀ ପର୍ବପର୍ବାଣୀରେ ଶାନ୍ତିପୂର୍ଣ୍ଣ ପରିବେଶ ନିଶ୍ଚିତ କରିବାରେ ପୁରୀ ପୋଲିସ ସଦା ସଚେତନ ରହିବ। ପୁରୀବାସୀଙ୍କ ସହଯୋଗରେ ଆମେ ପୁରୀକୁ ଅପରାଧମୁକ୍ତ ଜିଲ୍ଲା କରିବାକୁ ପ୍ରତିବଦ୍ଧ। ମାଦକଦ୍ରବ୍ୟ ଓ ଆଇନ ଶୃଙ୍ଖଳା ଭଙ୍ଗକୁ ଦମନ କରିବୁ ବୋଲି ଏସପି ଶ୍ରୀ ସିଂ କହିଛନ୍ତି।

Leave A Reply

Your email address will not be published.