ପଞ୍ଜିକରଣ ର ସମୟସୀମା ବୃଦ୍ଧି ପାଇଁ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କଲା ସଂଯୁକ୍ତ କୃଷକ ସଂଗଠନ।

0

ବରଗଡ଼ :- ସଂଯୁକ୍ତ କୃଷକ ସଙ୍ଗଠନ ପକ୍ଷରୁ ବରଗଡ ଜିଲ୍ଲାପାଳ କାର୍ଯ୍ୟାଳୟରେ ପୁଣିଥରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।ପୂର୍ବରୁ ଅଗଷ୍ଟ 25 ତାରିଖକୁ ସରକାର ପକ୍ଷରୁ କୃଷକ ପଞ୍ଜିକରଣର ଶେଷ ତାରିଖ ଘୋଷଣା କରାଯାଇଥିଲା। କିନ୍ତୁ ଦୁଃଖର କଥା, ସେଇ ତାରିଖ ସରିଯାଇଥିବା ସତ୍ତ୍ୱେ ଏପର୍ଯ୍ୟନ୍ତ ବରଗଡ ଜିଲ୍ଲାର ହଜାର ହଜାର କୃଷକ ପଞ୍ଜିକରଣ ରୁ ବଞ୍ଚିତ ହୋଇରହିଛନ୍ତି। ଏହାର ପ୍ରଧାନ କାରଣ ଥିଲା ସ୍ଲୋ ଇଣ୍ଟରନେଟ ସମସ୍ୟା ଓ ସର୍ଭର ସମସ୍ୟା l ଦିନ ଦିନ ଧରି ଚାଷୀ ମାନେ ଆବେଦନ କରିବା ପାଇଁ ଅପେକ୍ଷା କରିଥିଲେ ମଧ୍ୟ ଚାଷୀ ପଞ୍ଜିକରଣ କରିପାରିନଥିଲେ ll ଏହା ବ୍ୟତୀତ ଗତକାଲି ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ ସମୟସୀମା ସମାପ୍ତ ହୋଇଯାଇଥିଲା l ଫଳ ସ୍ୱରୂପ ବରଗଡ ଜିଲ୍ଲାର ପାଖାପାଖି 20 ରୁ 30 ହଜାର ଚାଷୀ ପଞ୍ଜିକରଣ କରିପାରି ନଥିଲେ l ତେଣୁ ଆଜି ଜିଲ୍ଲାପାଳ ଙ୍କ ମାଧ୍ୟମରେ ଚାଷୀ ମାନେ ଓଡ଼ିଶା ସରକାରଙ୍କ ଯୋଗାଣ ଓ ଖାଉଟି ମନ୍ତ୍ରୀଙ୍କୁ ଅବଗତ କରିଛନ୍ତି ଯେ ଚାଷୀ ପଞ୍ଜିକରଣ ର ସମୟ ଅବଧି କୁ ଆହୁରି 10 ରୁ 15 ଦିନ ବୃଦ୍ଧି କରିବାର ଆବଶ୍ୟକତା ରହିଛି ଯାହା ଫଳରେ ହଜାର ହଜାର ଚାଷୀ ପଞ୍ଜିକରଣ ସହଜରେ କରିପାରିବେ ଓ ସରକାରୀ ସୁବିଧା ପାଇ ପାରିବେ l

Leave A Reply

Your email address will not be published.