ନବୀନ-ରମଣଙ୍କ ଉପରେ ବର୍ଷିଲେ ପ୍ରସାଦ Recent News By SPNEWS On Dec 14, 2017 0 Share ମହାନଦୀର ଜଳକୁ ବିଜେପି ଏବଂ ବିଜେଡି ସରକାର ଶିଳ୍ପପତିଙ୍କ ହାତରେ ଟେକିଦେଇଛନ୍ତି ରାଜ୍ୟ ଓ କେନ୍ଦ୍ର ସରକାର ସମଗ୍ର ଓଡ଼ିଶବାସୀଙ୍କ ପ୍ରତି କରିଛନ୍ତି ଵିଶ୍ଵାସଘାତ କୁମ୍ଭକର୍ଣ୍ଣ ନିଦ୍ରାରେ ସୋଇଥିବା ରାଜ୍ୟ ସରକାର କରୁଛନ୍ତି ବିଜେଡିର କୁମ୍ଭୀର କାନ୍ଦଣା କେନ୍ଦ୍ର ସରକାର ଓ ରାଜ୍ୟ ବିଜେପି ଦେଉଛନ୍ତି ଛତିଶଗଡର ସାଥ ପ୍ରଧାନମନ୍ତ୍ରୀ ତୁରନ୍ତ ଛତିଶଗଡ଼କୁ ମହାନଦୀର ଉପରମୁଣ୍ଡରେ ସମସ୍ତ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦେଶ ଦିଅନ୍ତୁ ମହାନଦୀ ପ୍ରସଙ୍ଗରେ ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ର କାହିଁକି ଅରାଜି ହେଉଛି ପ୍ରଧାନମନ୍ତ୍ରୀ ତାହାର ଜବାବ ଦିଅନ୍ତୁ? ନବୀନ ଧରିଛନ୍ତି ଦୋମୁହାଁ ନୀତି : ପୋଲାଭରମ ମାମଲାରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ସୁପ୍ରିମକୋର୍ଟରେ ମାମଲା ଲଢ଼ୁଥିବାବେଳେ ଏବେ ମହାନଦୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ୁଛି କାହିଁକି? ରାଜ୍ୟର ସ୍ୱାର୍ଥରକ୍ଷା ପାଇଁ ଜାରି ରଖିଥିବା ଲଡେଇକୁ ଜୋରଦାର କରିବ କଂଗ୍ରେସ ଭୁବନେଶ୍ୱରରୁ ଚକ୍ରଧର ମାଝି – ମହାନଦୀକୁ ନେଇ ଉଭୟ ରାଜ୍ୟ ବିଜେଡ଼ି ସରକାର ଏବଂ କେନ୍ଦ୍ର ବିଜେପି ସରକାର କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ୨୦୦୨ ମସିହାରୁ ରାଜ୍ୟ ସରକାରଙ୍କ ପାଖରେ ଛତିଶଗଡ଼ ସରକାର ମହାନଦୀର ଉପର ମୁଣ୍ଡରେ ବେନିୟମ ଭାବରେ ବନ୍ଧ ଓ ବ୍ୟାରେଜମାନ ନିର୍ମାଣ କରୁଥିବାର ସୂଚନା ରହିଥିଲେ ମଧ୍ୟ ସରକାର ନିରବଥିଲେ କାହିଁକି ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି । ସେପଟେ ଗତ ଡିସେମ୍ବର ୪ତାରିଖରେ କେନ୍ଦ୍ରସରକାର ସୁପ୍ରିମକୋର୍ଟରେ ମହାନଦୀ ବିବାଦ ପ୍ରସଙ୍ଗରେ କରିଥିବା ସତ୍ୟପାଠରେସ୍ପଷ୍ଟ ଉଲ୍ଲେଖ କରିଛନ୍ତି ଯେ ଗତ ଦଶବର୍ଷଧରି ଛତିଶଗଡ଼ ସରକାର ମହାନଦୀର ଉପର ମୁଣ୍ଡରେ ବନ୍ଧ ଏବଂ ବ୍ୟାରେଜ ନିର୍ମାଣ କରି•ଲିଛନ୍ତି । ଏପରିକି ବିଜେପି ଶାସନାଧିନ ଛତିଶଗଡ଼ ଏହାକୁ ସ୍ୱୀକାର କରିଛନ୍ତି ଏବଂ କେନ୍ଦ୍ର ବିଜେପି ସରକାରର ଛତ୍ରଛାୟାତଳେ ରହି ନିର୍ମାଣ କାର୍ଯ୍ୟକୁ ବନ୍ଦକରିବା ଦୁରର କଥା ଦ୍ରୁତ ଗତିରେ ଆଗେଇ ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଗୋଟିଏ ଫୋନ୍କ କଲ ରେ ବିଜେପି ଦଳର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ କରିଥିବାବେଳେ ଏବେ ସେ ନରେନ୍ଦ୍ର ମୋଦିଙ୍କ ଉପରେ ଚାପପକାଇ ମହାନଦୀର ଉପର ମୁଣ୍ଡରେ ଛତିଶଗଡ଼ର ସମସ୍ତ ବେନିୟମ ନିର୍ମାଣ କାର୍ଯ୍ୟକୁ ବନ୍ଦ କରୁନାହାନ୍ତି କାହିଁକି? ଅପରପକ୍ଷରେ ପ୍ରଧାନମନ୍ତ୍ରୀ ଛତିଶଗଡ଼ର ସ୍ୱାର୍ଥ ରକ୍ଷା କରିବାକୁ ଯାଇ ଓଡ଼ିଶାକୁ ମହାନଦୀ ପାଣି ମିଳିବାରେ ବଞ୍ଚôତ କରୁଛନ୍ତି । ଚାଷ ଏବଂ ପାନୀୟ ଜଳ ପାଇଁ ବ୍ୟବହୃତ ମହାନଦୀର ଜଳକୁ ବିଜେପି ଏବଂ ବିଜେଦି ସରକାର ଶିଳ୍ପପତିଙ୍କ ହାତରେ ଟେକିଦେଇଛନ୍ତି । ଯାହାଫଳରେ ଓଡ଼ିଶାରେ କୃଷିକାର୍ଯ୍ୟ ସଂପୂର୍ଣ୍ଣ ବାଧାପ୍ରାପ୍ତ ହେବାର ଆଶଙ୍କା ଦେଖାଦେଇଛି । ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରି ଛତିଶଗଡ଼ରେ ମହାନଦୀର ଉପରମୁଣ୍ଡରେ ଚାଲିଥିବା ସମସ୍ତ ନିର୍ମାଣକାର୍ଯ୍ୟ ବନ୍ଦ କରାନ୍ତୁବୋଲି ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି । ପୋଲାଭରମ ବିବାଦରେ ସରକାର ରାଜକୋଷରୁ ଲକ୍ଷଲକ୍ଷ ଟଙ୍କା ବ୍ୟୟକରି ସୁପ୍ରିମକୋର୍ଟରେ କେସ୍ ଲଢ଼ୁଥିବାବେଳେ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କର ହସ୍ତକ୍ଷେପ ଲୋଡ଼ିବା ତାଙ୍କର ଦୋମୁଁହା ନୀତିକୁ ପ୍ରମାଣିତ କରୁଛି । ପୋଲାଭରମ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ସହାୟତା ଲୋଡୁଥିଲାବେଳେ ମହାନଦୀ ପ୍ରସଙ୍ଗରେ ତାଙ୍କ ସହାୟତ ନ ଲୋଡ଼ିବା ବିଜେପି ଓ ବିଜେଡ଼ି ମଧ୍ୟରେ ଥିବା ଗୁପ୍ତ ବୁଝାମଣାକୁ ପଦାରେ ପକାଇ ଦେଇଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ମହାନଦୀ ଏବଂ ପୋଲାଭରମ ପ୍ରସଙ୍ଗରେ ଓଡ଼ିଶାବାସୀଙ୍କର ସ୍ୱାର୍ଥ ରକ୍ଷାପାଇଁ କଂଗ୍ରେସ ଦଳ ଆଗାମୀ ଦିନରେ ରକ୍ତ ଦେବାକୁ ପଛାଇବ ନାହିଁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଡ. ଲଲାଟେନ୍ଦୁ ମହାପାତ୍ର,ସୌଗତ ମହାନ୍ତି ଏବଂ କୈଳାସ ଆଚାର୍ଯ୍ୟ ଉପସ୍ଥିତ ଥିଲେ । 0 Share FacebookTwitterGoogle+ReddItWhatsAppPinterestEmail