ଓଡଗାଁ,୨୬।୮(ଶ୍ରୀକାନ୍ତ କୁମାର ମିଶ୍ର):ନୟାଗଡ଼ ଜିଲ୍ଲା ଓଡଗାଁ ଆଦର୍ଶ ଥାନାକୁ ବୋମା ପକାଇ ଉଡାଇବାକୁ ଧମକ ଦେବା ଅଭିଯୋଗରେ ଓଡଗାଁ ପୋଲିସ ୪ ଜଣଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଥିଲା। ଜାମିନ ଆବେଦନ ଖାରଜ ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି।ଗିରଫମାନେ ହେଲେ ସ୍ଥାନୀୟ ଏନଏସି ବିଜୟ ମଣ୍ଡପ ସାହିର ଦେବାଶିଷ ବେହେରା (୨୯), ସ୍ଥାନୀୟ କୁରାଳ ଗ୍ରାମର ଶିବ ପ୍ରସାଦ ସାହୁ (୨୮), ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା କୁଶଗୁମାର ସୂର୍ଯ୍ୟ ପାଳ (୨୧)ଏବଂ ଭଞ୍ଜନଗର ଅଜିତ କୁମାର ପାଢ଼ୀ (୨୯)| ରବିବାର ବିଳମ୍ବିତ ରାତିରେ କଲେଜ ରୋଡ଼ରେ ସଟର ପଡ଼ିଥିବା ଏକ ଦୋକାନ ଘରୁ ପାଟିତୁଣ୍ଡ ଶୁଣି ପୋଲିସ ପେଟ୍ରୋଲିଙ୍ଗ ଭ୍ୟାନ ଘଟଣାସ୍ଥଳରେ ପହଂଚିଥିଲା। ଦୋକାନ ଘର ମଟର ଟେକିବା ପରେ ଯୁବକମାନେ ଭିତରେ ନିଶା ସେବନ କରୁଥିବା ଅବସ୍ଥାରେ ପୋଲିସ ଭିଡିଓ ଉତ୍ତୋଳନ କରିଥିଲେ। ପୋଲିସର ଭିଡିଓ ଉତୋଳନରେ ଉତ୍ୟକ୍ତ ହୋଇ ଯୁବକ ମାନେ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚି କରିବା ସହିତ ପୋଲିସକୁ ଖରାପ ବ୍ୟବହାର ପ୍ରଦର୍ଶନ କରିଥିଲେ।ଏପରିକି ସୋମବାର ସକାଳେ ସମାନେ ସ୍ଥାନୀୟ ଥାନାରେ ପହଞ୍ଚି ପେଟ୍ରୋଲିଂରେ ଯାଇଥିବା ପୋଲିସ ଅଧିକାରୀଙ୍କ ବିରୋଧରେ ଏକ ଅଭିଯୋଗ ନେଇ ଆସିଥିବା ବେଳେ ପୋଲିସ ସହିତ ବଚସା ହୋଇଥିଲା, ଏବଂ ବୋମା ପକାଇ ଥାନାକୁ ଉଡାଇ ଦେବୁ ବୋଲି ଧମକ ଦେବା ସହିତ କର୍ତବ୍ୟରତ ପୋଲିସଙ୍କୁ ଧମକ ଦେଇ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିଲେ।ଏହି ଘଟଣାକୁ ନେଇ ଜଣେ ପୋଲିସ କର୍ମଚାରୀ ଙ୍କ ଅଭିଯୋଗ ଅନୁସାରେ ଥାନାରେ ସୋମବାର ୨୬୩/୨୫ ରେ ଏକ ମାମଲା ରୁଜୁ କରିବା ସହିତ ସେମାନଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଥିବା ପୋଲିସ ସୂଚନା ଦେଇଛି ।
Sign in
Sign in
Recover your password.
A password will be e-mailed to you.