ପୁତନାର ନିଧନରେ ମହାରାଜ କଂସ ମର୍ମାହତ  

0

ଗାଇସିଲେଟ/କେଦାର ନାଥ ସାହୁ

ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ଗ୍ରାମରେ ୩୫ତମ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ବିଡିଓ ମହାଶୟା ମଧୁଛନ୍ଦା ସାହୁଙ୍କ କରକମଳରେ ଉଦ୍‌ଘାଟିତ ହୋଇ ଆଜି ଚତୁର୍ଥ  ରଜନୀରେ ପଦାର୍ପଣ କରିଛି। ଆଜି ଯାତ୍ରାର ଚତୁର୍ଥ  ରଜନୀରେ ଅତିଥି ଭାବେ ରାଜ ଦରବାରରେ ତାଲପାଲି ଗୌନ୍ତିଆ ମନୋରଞ୍ଜନ ସାହୁ,ବରିଷ୍ଠ ସମାଜ ସେବି ପ୍ରମୋଦ ଦେବତା, ଧନୁଯାତ୍ରା ମକମିଟିର ସାସ୍କୃତିକ କମିଟିର ପୂର୍ବତନ ନିର୍ଦ୍ଦେଶକ ଅଲେଖ ସାହୁ ଏବଂ ଉପଦେଷ୍ଟା କମିଟିର ସଦସ୍ୟ ସୁବାଷ ଭୋଇ ମଞ୍ଚାସୀନ ହୋଇଥିଲେ। ଅତିଥି ସତ୍କାର ପାଇଁ ମହାରାଜ ରାଜ୍ୟ ସ୍ତରୀୟ ପୁରସ୍କାର ପ୍ରାପ୍ତ ତଥା ଏବର୍ଷ ରଜକୁଇନର କନିଷ୍ଠ ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା କୁନି ନୃତ୍ୟ ଶିଳ୍ପୀ ଆଭାରାଣୀ ସାହୁଙ୍କୁ ନୃତ୍ୟ ପରିବେଷଣ କରିବାପାଇଁ ଆଦେଶ ଦେଇଥିଲେ । ଆଜିର ଚତୁର୍ଥ ରଜନୀରେ ମହାରାଜ କଂସ ରାଜଦୂତ ଠାରୁ ପୁତନା ନିଧନର ସମ୍ବାଦ ପାଇ ମର୍ମାହତ ହୋଇ ପଡିଥିଲେ ଠିକ୍ ଏହି ସମୟରେ ଦେବର୍ଶୀ ନାରଦ ରାଜ ଦରବାରରେ ଆବିର୍ଭାବ ହୋଇ କୃଷ୍ଣଙ୍କୁ ନିହତ କରିବାପାଇଁ ଶଂଖଚୂଳ ନାଗକୁ ଗୋପପୁରକୁ ପଠେଇବାପାଇଁ ମନ୍ତ୍ରଣା ଦେଇଥିଲେ।ନାରଦ ମହର୍ଶୀଙ୍କ  ମନ୍ତ୍ରଣାରେ ଏବର୍ଷ କଂସ ଭୂମିକା ରେ ଅଭିନୟ କରୁଥିବା ବିଶ୍ବ ପ୍ରସିଦ୍ଧ ମଞ୍ଚ କଲାକାର ଶ୍ରୀଯୁକ୍ତ ହୃଷିକେଶ ଭୋଇ ଶଂଖଚୂଳ ନାଗକୁ ସ୍ମରଣକରି ଗୋପପୁର ଯାଇ କୃଷ୍ଣଙ୍କୁ ହତ୍ୟା କରିବା ପାଇଁ ଆଦେଶ ଦେଇଥିଲେ। ଦିନକୁ ଦିନ ମିନାବଜାରରେ ଭିଡ ବଢିବାକୁ ଚାଲିଛି ମିନାବଜାରରେ ଥିବା ମୁଢି ମାସଂର ସ୍ବାଦ ଚାଖୁଚନ୍ତି ଦର୍ଶକ।

Leave A Reply

Your email address will not be published.