ଏକ ପେଡ୍ ମା’କେ ନାମ”

0 2

ବିଜେପୁର:- ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେଇ ଆଜି ଏମ୍. ଗଣ୍ଡପାଲି ଭୀମ ଭୋଇ ଆଶ୍ରମ ତରଫରୁ ମିନି ଷ୍ଟାଡିୟମ୍ କଡ଼ରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଭୀମଭୋଇ ଆଞ୍ଚଳିକ ପରିବେଶ ସୁରକ୍ଷାର କର୍ମକର୍ତ୍ତାମାନେ, ସାଧୁ-ସନ୍ଥମାନେ ଓ ସ୍ଥାନୀୟ ଲୋକମାନେ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ । ଏହି ଅବସରରେ ଉଦ୍ଧବ ବାବା ବିଶ୍ଵ ର ଶାନ୍ତି ଓ ସମସ୍ତଙ୍କ ମଙ୍ଗଳ ସକାଶେ ବୃକ୍ଷ ରୋପଣ କରିଥିଲେ l
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ଏକ ପେଡ୍ ମା’କେ ନାମ” ଆହ୍ୱାନକୁ ଚରିତାର୍ଥ କରିବା ସହିତ ପରିବେଶ ସୁରକ୍ଷାରେ ସଚେତନତା ଆଣିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା।
କାର୍ଯ୍ୟକ୍ରମରେ ବିଜେପୁର ତହସିଲଦାର ମୁକ୍ତେଶ୍ୱର ପାଣିଗ୍ରାହୀ, ବ୍ଲକ ଚେୟାରମେନ ଜୟକୃଷ୍ଣ ଡନସନ, ବିଜ୍ଞାପିତ ପୌର ପରିଷଦ ଅଧିକାରୀ ବିଭୁଦତ୍ତ ସାହୁ,ସିଡିପିଓ ଆମିରିସିଏନ ଏକ୍କା, ମୋନାଲିସା ମିଶ୍ର,ପାର୍ବତାରୋହିଣୀ ଦୀପିକା ସେଠ ଆସିଷ୍ଟାଣ୍ଟ ହର୍ଟିକଲଚର ଅଫିସର ସହିତ ବିପୁଳ ସଂଖ୍ୟାରେ ଅଞ୍ଚଳବାସୀ ଉପସ୍ଥିତ ହୋଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ l

Leave A Reply

Your email address will not be published.