ବିଜେପୁର: ଦୀର୍ଘ ଅନ୍ତରାଳ ପରେ ବରଗଡ ଜ଼ିଲ୍ଲା ବିଜେପୁର ପଞ୍ଚାୟତ ସମିତିର ଅଧ୍ୟକ୍ଷ ପଦବୀରେ ଶ୍ରୀ ଜୟକୃଷ୍ଣ ଡନସନା ଆଜି ତାଙ୍କ କାର୍ଯ୍ୟାଳୟରେ ପ୍ରବେଶ କରି ଆସନାରୋହଣ କରିଛନ୍ତି।
ନିଜ ଆସନ ଗ୍ରହଣ ପୂର୍ବରୁ ସେ ମା’ କାଳୀଙ୍କ ପାଖରେ ପୂଜା-ଆରାଧନା କରିଥିଲେ। ସମସ୍ତ ରିଷ୍ଟ ଖଣ୍ଡନ ପାଇଁ ପୂଜା କାର୍ଯ୍ୟ ପୁସ୍ତକାଚାର୍ଯ୍ୟ ଶ୍ରୀ ସୁରେନ୍ଦ୍ର ମହାପାତ୍ରଙ୍କ ନିର୍ଦ୍ଦେଶନାରେ ସମ୍ପନ୍ନ ହୋଇଥିଲା।
ଏହି ଅବସରରେ ନୂତନ ଅଧ୍ୟକ୍ଷ କହିଥିଲେ, “ବିଗତ ଦିନରେ ଯେପରି ଦୁର୍ନୀତି, ଠିକାଦାର ଶାସନ କିମ୍ବା ଏକଛତ୍ରବାଦୀ ଶାସନ ଚାଲିଥିଲା, ତାହାର ପୁନରାବୃତ୍ତି ହେବାକୁ ଦିଆଯିବ ନାହିଁ। ସମସ୍ତଙ୍କ ସହଯୋଗରେ ବିଜେପୁର ବ୍ଲକକୁ ପ୍ରଗତିର ପଥରେ ଆଗକୁ ନେବା ଆମର ଲକ୍ଷ୍ୟ।”
ଏହି ସୁଅବସରରେ ସ୍ଥାନୀୟ ବିଧାୟକ ଶ୍ରୀମାନ ସନତ କୁମାର ଗଡତିଆ ଙ୍କ ସହିତ ସମସ୍ତ ସମିତି ସଭ୍ୟ, ସରପଞ୍ଚ ଓ ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post