ବାଘୁଆ ଛକ ଅଙ୍ଗନବାଡି କର୍ମୀ ନିଯୁକ୍ତିକୁ ବିରୋଧ,

0 2

ଓଡ଼ଗାଁ,୨୫।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ରୋହିବାଙ୍କ ପଞ୍ଚାୟତ ବାଘୁଆଛକ ଅଙ୍ଗନବାଡି କେନ୍ଦ୍ରରେ କିଛିଦିନ ତଳେ ନିଯୁକ୍ତି ପାଇଥିବା ଅଙ୍ଗନବାଡି କର୍ମୀଙ୍କ ନିଯୁକ୍ତିକୁ ଗ୍ରାମବାସୀଙ୍କ ତରଫରୁ ବିରୋଧ କରାଯାଇଛି । ଘଟଣାରୁ ପ୍ରକାଶ ବାଘୁଆଛକ ଅଙ୍ଗନବାଡି କେନ୍ଦ୍ରରେ ସାକେରି ପଞ୍ଚାୟତର ଜଣେ ମହିଳାଙ୍କୁ କର୍ମୀ ଭାବ ନିଯୁକ୍ତିକୁ ବିରୋଧ କରି ଗ୍ରାମବାସୀଙ୍କ ତରଫରୁ ସୋମବାର ଓଡ଼ଗାଁ ବିଡ଼ିଓ, ସମୋନିତ ଶିଶୁ ବିକାଶ ଅବକାରୀ, ଓଡ଼ଗାଁଙ୍କ ସହିତ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଥିବା ସେମାନେ କହିଛନ୍ତି । ସୂଚନା ଅନୁସାରେ ୮ ବର୍ଷ ପୂର୍ବେ ବାଘୁଆ ଛକରେ ଥିବା ଅଙ୍ଗନବାଡି କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଥିଲା । ସେହି ସମୟରେ ନିଯୁକ୍ତି ପାଇଥିବା ଅଙ୍ଗନବାଡି କର୍ମୀ ଇସ୍ତଫା ଦେବା ପରେ ପୁନର୍ବାର ବିଜ୍ଞାପନ ମାଧ୍ୟମରେ ଦ୍ବିତୀୟ ନିଯୁକ୍ତି କରାଗଲା । ଏବଂ ସ୍ଵାସ୍ଥ୍ୟଗତ କାରଣରୁ ୪୫ ଦିନପରେ ସେ ଇସ୍ତଫା ଦେଇଥିଲେ । ପରବର୍ତ୍ତୀ ସମୟରେ କୌଣସି ନୋଟିଫିକେସନ ନକରି ପୂର୍ବେ ସାକେରି କେନ୍ଦ୍ରରେ ସହାୟିକା ଭାବେ ନିଯୁକ୍ତି ପାଇଥିବା ମହିଳାଙ୍କୁ ବାଘୁଆ ଅଙ୍ଗନବାଡି କେନ୍ଦ୍ରର କର୍ମୀ ଭାବେ ନିଯୁକ୍ତି ପ୍ରଦାନ କରିଥିଲେ । ଏହାକୁ ଗ୍ରାମବାସୀ ମାନେ ବିରୋଧ କରିଛନ୍ତି । ଏ ସମ୍ପର୍କରେ ପଚାରିବାରେ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିଭାଗ ଙ୍କ ଦ୍ଵାରା ପ୍ରକାଶ ପାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ଆମ୍ଭେ ଅଙ୍ଗନବାଡି କର୍ମୀଙ୍କୁ ନିଯୁକ୍ତି ଦେଇଛୁ ବୋଲି ସମୋନିତ ଶିଶୁ ବିକାଶ ଅଧିକାରୀ ଓଡ଼ଗାଁ କହିଛନ୍ତି ।

Leave A Reply

Your email address will not be published.