କୁଚିଣ୍ଡା : ସମ୍ବଲପୁର ଜିଲ୍ଲା ଜମନକିରା କଲେଜ ପରିସରରେ ଆୟୋଜିତ +୨ ଓ +୩ ବାର୍ଷିକ କ୍ରୀଡ଼ା ଉତ୍ସବର ଦ୍ୱିତୀୟ ଦିବସ ସଫଳତାର ସହ ଉଦ୍ଯାପିତ ହୋଇଯାଇଛି। ଏହି ଅବସରରେ ସଟ୍ପୁଟ୍, ୮୦୦ ମିଟର ଦୌଡ଼ ଓ ଉଚ୍ଚ ଡିଆଁ ଆଦି କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। କ୍ରୀଡ଼ା ଶିକ୍ଷକ ରଞ୍ଜନ କୁମାର ମହାକୁଳଙ୍କ ତତ୍ତ୍ୱାବଧାନରେ ଏହି ପ୍ରତିଯୋଗିତାଗୁଡ଼ିକ ପରିଚାଳିତ ହୋଇଥିଲା।
ପରେ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଶେଷ ପଦଯାତ୍ରା ଫ୍ଲକ୍ ମାର୍ଚ୍ଚ ଅନୁଷ୍ଠିତ ହୋଇଥିଲା। କଲେଜର ଅଧ୍ୟକ୍ଷ ଅରୁଣ କୁମାର ପଟେଲଙ୍କ ଦ୍ୱାରା କ୍ରୀଡ଼ା ପତାକା ଅବତରଣ ଓ କ୍ରୀଡ଼ା ମଶାଲ ନିର୍ବାପନ କରାଯାଇଥିଲା। ଏହାପରେ ଚଳିତ ବର୍ଷର କ୍ରୀଡ଼ା ପତାକାକୁ ଆସନ୍ତା ବର୍ଷର କ୍ରୀଡ଼ା ଆୟୋଜନ ନିମନ୍ତେ କ୍ରୀଡ଼ା ଶିକ୍ଷକ ରଞ୍ଜନ କୁମାର ମହାକୁଳଙ୍କୁ ହସ୍ତାନ୍ତର କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ଅରୁଣ କୁମାର ପଟେଲଙ୍କ ସମେତ +୩ ବିଭାଗର ଅଧ୍ୟାପକ-ଅଧ୍ୟାପିକା ଅରୁଣା ମିଶ୍ର, , ପ୍ରଦୀପ କୁମାର ପଣ୍ଡା, ଡ. ତୃପ୍ତି ମିଶ୍ର, ସାଇନା ଭୋଇ, ସିଦ୍ଧାନ୍ତ ସାହୁ, ସୁରଥ ସାହୁ, ମିନିକେତନ ସାହୁ, ସୁପର୍ଣ୍ଣା ପଟ୍ଟନାୟକ, କୁଣ୍ଡଳୀ ମହାନନ୍ଦ, ବର୍ଣ୍ଣାଳୀ ଦେହୁରୀ, ସୁଲକ୍ଷଣା ପଟେଲ, ଚେତନା ଗର୍ତ୍ତିଆ ମୁସାରଦ ଅନସାରୀ ଓ ମନମୋହନ ଜୟବିକାଶ ବାଘଙ୍କ ସମେତ +୨ ବିଭାଗର ଅଧ୍ୟାପକ-ଅଧ୍ୟାପିକା ଅମୀୟ ରଞ୍ଜନ ସା, ଅଭିଷେକ ଭୈଁସା, ପ୍ରହଲ୍ଲାଦ ନାଏକ, ମାନସୀ ପଧାନ, ତୃପ୍ତିମୟୀ ମଲ୍ଲିକ, ଦୀପ୍ତିମୟୀ ବିଶ୍ୱାଳ, ଡ. ଶିବାନୀ ବେହେରା, ସତ୍ୟନାରାୟଣ ପଟ୍ଟନାୟକ, ପ୍ରିୟଙ୍କା ପଟେଲ, ଦୀପ୍ତିମୟୀ ରାଉତ, ସମରେନ୍ଦ୍ର ବୈଦ୍ୟ, ଧୀରେନ୍ଦ୍ର ସାହୁ, ଗୀତା ପଧାନ ଓ ସୀମାରାଣୀ ପ୍ରଧାନ ଉପସ୍ଥିତ ଥିଲେ।
ଏହା ସହିତ ଛାତ୍ର ସଂସଦର ସଭାପତି ସତ୍ୟନାରାୟଣ ରଣା, ଉପସଭାପତି ଅର୍ପିତ ପ୍ରିୟଦର୍ଶନ ପୃଷେଠ, ସାଧାରଣ ସମ୍ପାଦକ ଲିଙ୍କନ ମହାକୁଳ, କ୍ରୀଡ଼ା ସମ୍ପାଦକ ରାଜ କୁସୁମ ଓ ଯୁଗ୍ମ ସମ୍ପାଦକ ଠାକୁର ପ୍ରସାଦ ବୁଡ଼ାଙ୍କ ସମେତ ଛାତ୍ର ସଂସଦର ସଦସ୍ୟମାନେ କ୍ରୀଡ଼ା ଉତ୍ସବର ସୁପରିଚାଳନାରେ ସହଯୋଗ କରିଥିଲେ।
ଏହି କ୍ରୀଡ଼ା ଉତ୍ସବରେ +୨ ଓ +୩ ବିଭାଗର ୩୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉତ୍ସାହର ସହ ଯୋଗଦାନ କରିଥିଲେ। ଅଧ୍ୟାପକ-ଅଧ୍ୟାପିକା, ଛାତ୍ର ସଂସଦ ଓ ଛାତ୍ରଛାତ୍ରୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମାପ୍ତ ହୋଇଥିଲା।