କୋଲନରା -ଦେବୀପ୍ରସାଦ ମହାନ୍ତି: ରାୟଗଡ଼ା – ଜିଲ୍ଲାପାଳ ଅଶୁତୋଷ କୁଲକୁର୍ଣି ଙ୍କ ଗସ୍ତ ବେଳେ କଲ୍ୟାଣସିଂହପୁର ବ୍ଲକ ନିୟମଗିରି ଯିବା ରାସ୍ତାରେ ଘଗୁଡିମାଳ ଗ୍ରାମବାସୀ ଗଛକାଟି ଜିଲ୍ଲାପାଳଙ୍କ ରାସ୍ତା ଅବରୋଧ କରିଛନ୍ତି I ଘଗୁଡିମାଳ ଗ୍ରାମକୁ ରହିଥିବା ରାସ୍ତା ସମସ୍ୟାର ସମାଧାନ ନ କରିବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ହଟିବ ନାହିଁ l ବୋଲି ଗ୍ରାମବାସୀ ରାସ୍ତା ଉପରୁ ଉଠି ନଥିଲେ ବ୍ଲକ ପରିଦର୍ଶନରେ ଯାଇଥିବା ଜିଲ୍ଲାପାଳଙ୍କୁ ପୂର୍ବରୁ ରାସ୍ତା ନିର୍ମାଣ କରିବା ପାଇଁ ବହୁବାର ଅଭିଯୋଗ ଶୁଣାଣିରେ ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ ମଧ୍ୟ ଗ୍ରାମ ପାଇଁ ରାସ୍ତା ତିଆରି ହୋଇପାରୁ ନାହିଁ । ବିଭିନ୍ନ ସମୟରେ ଗ୍ରାମବାସୀମାନେ ନାହିଁ ନଥୁବା ଅସୁବିଧା ସମ୍ମୁଖୀନ ହେଉଛନ୍ତି ଉକ୍ତ ଗ୍ରାମ କୁ ଆମ୍ବୁଲାନ୍ସ ସେବା ପହଞ୍ଚି ପାରୁ ନାହିଁ ରୋଗି ଓ ଗର୍ଭବତୀ ମହିଳା ମାନେ ହନ୍ତସନ୍ତ୍ ହେଉଛନ୍ତି। ଗ୍ରାମବାସୀଙ୍କ ଦାବି କେହି ଶୁଣୁ ନଥିବାରୁ ଅତିଷ୍ଠ ହୋଇ ଘାଗୁଡିମାଳ ଗ୍ରାମବାସୀ ଗତ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିଥିଲେ। ତଥାପି କୌଣସି ଫଳ ମିଳି ନଥୁବାରୁ ଆଜି ଜିଲ୍ଲାପାଳଙ୍କୁ ଅସୁବିଧା ଜଣେଇବା ପାଇଁ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କୁ ରାସ୍ତାରେ ଅଟକାଇ ସମସ୍ୟା ଜଣାଇଥିଲେ । କିନ୍ତୁ ବିଡ଼ିଓ ମନୀଷା ଦାସ ଲୋକଙ୍କୁ ବୁଝାଇ ସେଠାରୁ ଖସି ପଳାଇଥିଲେ। ପରେ ଜିଲ୍ଲାପାଳ ନିଜ ଗସ୍ତରୁ ଫେରିବା ସମୟରେ ବାଧ୍ଯ ହୋଇ ରାସ୍ତାରେ ଗଛକାଟି ପକାଇ ରାସ୍ତା ଅବରୋଧ କରି ଗ୍ରାମବାସୀ ସମସ୍ୟା ସମ୍ପର୍କରେ ଜଣାଇଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହ ଆଲୋଚନା କରି ଖୁବ୍ଶୀଘ୍ର ରାସ୍ତା ନିର୍ମାଣ ପାଇଁ ଜିଲ୍ଲାପାଳଙ୍କ ଠାରୁ ପ୍ରତିଶ୍ରୁତି ପାଇବା ପରେ ଗ୍ରାମବାସୀ ରାସ୍ତା ଉପରୁ ଗଛ ହଟାଇଥିଲେ । ପ୍ରାୟ ଗୋଟିଏ କିମି ଏହି ରାସ୍ତା ନିର୍ମାଣ ହୋଇପାରିଲେ ସମସ୍ତ ସମସ୍ୟା ସମାଧାନ ହେବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି ।ଜିଲ୍ଲାପାଳ ବିଡ଼ିଓ ଙ୍କୁ ଉକ୍ତ ରାସ୍ତା କିପରି ଭାବରେ ହଇପାରିବ, ରାସ୍ତା ଶୀଘ୍ର କରିବାକୁ ବିଡିଓ ଙ୍କୁ କହି ଥିଲେ,ଗ୍ରାମବାସୀ ଙ୍କୁ ସୋମବାର ବ୍ଲକଆସି କାଗଜ ପତ୍ର କରିବା ପରେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post