ନୂତନ ଜିଲ୍ଲାପାଳ କଲ୍ୟାଣସିଂପୁର ଗସ୍ତ, ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ପରିଦର୍ଶନ

0 2

କୋଲନରା – ଦେବୀପ୍ରସାଦ ମହାନ୍ତି : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକକୁ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ପ୍ରଥମେ ଶିକରପାଇ ପଞ୍ଚାୟତର କୃଷ୍ଣ ନଗର ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମାନେ କରିଥିବା ହଳଦୀ ଚାଷ ପରିଦର୍ଶନ କରି ସମସ୍ୟା ବୁଝି ଥିଲେ । କ୍ରିକାଲପାଡ଼ୁ ନିକଟରେ ହେଉଥିବା ମେଘା ପ୍ରଜେକ୍ଟ ପରିଦର୍ଶନ କରିଥିଲେ। ଶିକରପାଇ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ସମସ୍ୟା ରହିଥିବା ଖବର ବାରମ୍ବାର ପ୍ରକାଶ ପାଇବା ପରେ ପରିଦର୍ଶନ କରି ସମସ୍ୟା ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ଏହାପରେ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ପରିବେଶ ଦେଖି ଖୁସି ହେବା ସହ ସାମାନ୍ୟ କାମ ରହିଥିବା ନେଇ ବିଦ୍ୟାଳୟ କତୃପକ୍ଷ ସହ ଆଲୋଚନା କରିଥିଲେ। ଶିକରପାଇ ରେ ମହାବିଦ୍ୟାଳୟ ନିର୍ମାଣ କରିବା ପାଇଁ ଗ୍ରାମବାସୀ ଲିଖିତ ପ୍ରଦାନ କରିଥିଲେ । ଅଲଣ୍ଡା ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିବା ପରେ କ୍ରିଷ୍ଣାପାତ୍ରଗୁଡା ରେ ହେଉଥିବା ମେଘାପ୍ରଜେକ୍ଟ ପରିଦର୍ଶନ କରିବା ସହ ନଭେମ୍ବର ମାସ ସୁଦ୍ଧା କାର୍ଯ୍ୟ ଶେଷ କରିବା ପାଇଁ ଠିକାଦାର ଙ୍କୁ ନିର୍ଦ୍ଧେଶ ଦେଇଥିଲେ । ଏହା ପରେ ସିରିପୁର ଏସ ଏସ ଡି ବାଳିକା ବିଦ୍ୟାଳୟ ସମ୍ପୂର୍ଣ୍ଣ ପରିଦର୍ଶନ କରିଥିଲେ । ବିଦ୍ୟାଳୟ ଶୌଚାଳୟ, ଶ୍ରେଣୀ ଗୃହ, ପାଣି ସମସ୍ୟା ଦେଖି ଥିଲେ । ଜିଲ୍ଲା ସେବାଶ୍ରମ ରେ ଝାଡାବାନ୍ତି, ମ୍ୟାଲେରିଆ ରେ ଛାତ୍ର ଛାତ୍ରୀ ଙ୍କ ମୃତ୍ୟୁ ହୋଇଥିବାରୁ ବିଦ୍ୟାଳୟ ଗୁଡିକ ପରିଦର୍ଶନ କରିଥିଲେ। ବ୍ଲକରେ ରିଭିୟୁ ବୈଠକ କରିଥିଲେ । ଏହାପରେ ପାର୍ଷାଲି ପଞ୍ଚାୟତର ନିୟମଗିରି ପାହାଡକୁ ଗସ୍ତ କରିଥିଲେ । ସେହି ସମୟରେ ଘାଗୁଡ଼ିମାଳ ଗ୍ରାମର ମହିଳା ପୁରୁଷ ଏକତ୍ରିତ ହୋଇ ରାସ୍ତା ସମସ୍ୟାକୁ ନେଇ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ । ନିୟମଗିରି ପାହାଡ଼ରେ ଥିବା କାଡ୍ରାକାବଣ୍ଡଳୀ ଗ୍ରାମକୁ ଯାଇ ଡ଼ଙ୍ଗରିଆ ମହିଳା ଓ ପୁରୁଷ ଙ୍କ ସହ ଆଲୋଚନା କରିଥିଲେ। ପାନୀୟ ଜଳ, ବିଦ୍ୟୁତ ଓ ରାସ୍ତା ସମସ୍ୟା ସମାଧାନ କରିଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଜନମନ ଯୋଜନା ରେ ହୋଇଥିବା ଘର ଗୁଡ଼ିକ ପରିଦର୍ଶନ କରିଥିଲେ। ଏହାପରେ ସାନଡେଙ୍ଗିଲେଲି ଓ ଫାକେରି ରାସ୍ତା ପରିଦର୍ଶନ କରିବା ପରେ ଶେଷରେ ବ୍ଲକର କାର୍ଯ୍ୟାଳୟ ଆସି ଫେରିଥିଲେ। ଜିଲାପାଳ ଗସ୍ତ ସମୟରେ ବିଡ଼ିଓ ମନୀଷା ଦାସ, ଓ ପ୍ରମୁଖ ବ୍ୟକ୍ତି ମାନେ ଉପସ୍ଥିତ ରହି ଥିଲେ।

Leave A Reply

Your email address will not be published.