
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଘୁମୁସର ବିକାଶ ପରିଷଦ, ଭଞ୍ଜନଗର ତରଫରୁ ସ୍ଥାନୀୟ ବନବିଭାଗ ଡାକ ବଙ୍ଗଳI ଠାରେ ସେପ୍ଟେମ୍ବର ଏଗାରରେ ଘୁମୁସର ଦିବସ ଦିବସ ପାଳନ କରିବା ନିମନ୍ତେ ଏକ ସାମ୍ବାଦିକ ସମିଳନ୍ନୀ ଅନୁଷ୍ଠିତ ହୋଇ ଯାଇଛି I ଓଡିଆ ଭାଷା ସୁରକ୍ଷା ଅସ୍ମିତା ପ୍ରଥମ କରି ତତ୍କାଳୀନ ରସଲକୋଣ୍ଡା ମୁକାମ ର ଠାକୁରାଣୀ ପଡିଆ, ବର୍ତ୍ତମାନ ଘୁମୁସର ରାଜସ୍ୱ ଉପଖଣ୍ଡ ଭଞ୍ଜନଗର, ୧୮୭୦ ମସିହା ସେପ୍ଟେମ୍ବର ଏଗାରରେ ରାଜା ଶ୍ରୀ ଭେଙ୍କେଟେଶ ଦେଓ,ଦୀନବନ୍ଧୁ ପଟ୍ଟନାୟକ ଆଦି ମହାପୁରୁଷଙ୍କ ନେତୃତ୍ଵରେ ଓଡିଆ ଭାଷା ଆନ୍ଦୋଳନ ଆରମ୍ଭ ହେବା ବିଗୁଲ ବାଜିଥିଲା I ପରେ ଜାତିପ୍ରେମୀ ଓଡ଼ିଆଙ୍କ ଏକ ସମ୍ମିଳନୀ. ବେଙ୍ଗାଲ, ମାଡ୍ରାସ ଓ ମଧ୍ୟପ୍ରଦେଶରୁ ସବୁ ଓଡ଼ିଆ ଅଞ୍ଚଳକୁ ଆଣି କଟକ ପୁରୀ ସହ ମିଶାଇ ଭାଷାଭତ୍ତିରେ ଓଡିଶା ପ୍ରଦେଶ ଗଠନ କରିବାକୁ ସେ ଦିନ ପାରିତ ହୋଇଥିଲା ।ଏକ ସଂକଳ୍ପ. ବ୍ରିଟିଶ କର୍ତ୍ତୃପକ୍ଷଙ୍କ ପାଖରେ ପେଶ କରିବା ପାଇଁ ଏହି ଘୁମୁସରିଆଙ୍କ ଆହ୍ୱାନ ରେ, ଯାହା ଓଡିଶା ପ୍ରଦେଶ ଗଠନର ଭତ୍ତି ଭୂମି ସୃଷ୍ଟି କରିଥିଲା, ସେଇ ସ୍ମୃତିକୁ ଜାଗ୍ରତ ମୁଖର କରିବା ପାଇଁ ଘୁମୁସର ଦିବସ ପାଳନ କରିବା ନିମନ୍ତେ ପରିଷଦ ସଭାପତି ବରିଷ୍ଠ ଆଇନଜୀବି ଶ୍ରୀ ସୋମନାଥ ନାୟକ ପ୍ରେସ ବାର୍ତ୍ତା ଦେଇଥିଲେ I ପ୍ରଥମ କରି ଓଡିଆ ଦିବସ ଘୁମୁସର ଦିବସ ୧୦୦ ଗ୍ରାମ ପଞ୍ଚIୟତରେ , ୫ ଗୋଟି ବ୍ଲକରେ ପଥପ୍ରାନ୍ତ ସଭା, ସ୍ଥାନୀୟ ସମସ୍ତ ଅନୁଷ୍ଠାନ, ସମସ୍ତ ରାଜନୈତିକ ଦଳ ସହଯୋଗରେ ଘୁମୁସର ଦିବସକୁ ଗଣପର୍ବ ରୂପେ ପାଳନ କରିବା ଓ ଘୁମୁସରର ତିନି ବିରଳ ଜାତୀୟ କବି ସମ୍ରାଟଉପେନ୍ଦ୍ର ଭଞ୍ଜ(ଶାସ୍ତ୍ର) ଜାତୀୟ ବୀର ଚକରା ବିଷୋୟୀ (ଶସ୍ତ୍ର) ଜାତୀୟ ଗୋବଂଶ ଘୁମୁସରୀ ଗାଈ (ଶାସ୍ତ୍ରାର୍ଥ) କାହାଣୀ ପଲ୍ଲୀରୁ ଦିଲ୍ଲୀ ନିଆଯିବ ।ପରିଷଦ ସମ୍ପାଦକ ପ୍ରେସ ଇସ୍ତାହର ଦେଇ ସମସ୍ତଙ୍କ ସାହାଯ୍ୟ ଭିକ୍ଷI କାମନା କରିଛନ୍ତି I ଉପଦେଷ୍ଠI ଡାଃ କୃତିବାସ ବିଶ୍ଵାଳ ଓ ପରିଷଦ ବରିଷ୍ଟ କର୍ମକର୍ତ୍ତା ସୁଶାନ୍ତ ପାତ୍ର, ରବିନାରାୟଣ ସାମନ୍ତ, ଗୋପାଳ ଚନ୍ଦ୍ର ଲେଙ୍କା ଓ ବହୁ ବୁଦ୍ଧିଜୀବିଗଣ ଉପସ୍ଥିତି ଥିଲେ I
Sign in
Sign in
Recover your password.
A password will be e-mailed to you.
Next Post