ଜଗତସିଂହପୁର,ତା-୨୧.୦୮.୨୦୨୫/ସୁମନ୍ତ କୁମାର ଦାସ: ଜଗତସିଂହପୁର ବାଲେଶ୍ଵର ଥାନା ଅଞ୍ଚଳର ପୋଲିସ ଏସଆଇ ଚାକିରୀ ପାଇଥିବା ଅମିତି ପାଢ଼ୀ ନାମକ ଜଣେ ଯୁବକ ଫେସବୁକରୁ ପ୍ରେମ କରି ଜଗତସିଂହପୁର ଥାନା ଅଞ୍ଚଳର ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଉଠାଇ ନେଇ ବିବାହ କରିଥିଲେ। ବିବାହ ପରେ ନାବାଳିକା ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ତାଙ୍କ ପରିବାର ସହିତ ସମ୍ପୃକ୍ତ ପୋଲିସ ଏସଆଇ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ ଚାଲିଥିଲେ । ଶେଷରେ ଉକ୍ତ ନାବାଳିକାକୁ ଗାଡ଼ିରେ ବସାଇ ଆସି ବାପ ଘରେ ଛାଡ଼ି ଦେଇ ଫେରାର ହୋଇଯାଇଥିଲେ। ଘଟଣା ସମ୍ପର୍କରେ ୪ ମାସ ତଳେ ଜଗତସିଂହପୁର ଥାନାରେ ଏତଲା ଦେଇଥିଲେ ମଧ୍ୟ ଥାନା କର୍ତ୍ତୃପକ୍ଷ କୌଣସି ଗୁରୁତ୍ବ ଦେଇନଥିଲେ। ଶେଷରେ କୋର୍ଟ ହସ୍ତକ୍ଷେପ ପରେ ଜଗତସିଂହପୁର ଥାନାରେ କେସ ରୁଜୁ ହେବା ସହିତ ପୁରୀ ଏସପି ଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଯାଇଥିଲା । ପୁରୀ ଏସପି ସମ୍ପୃକ୍ତ ଏସଆଇଙ୍କୁ ନିଲମ୍ବିତ କରିବା ପରେ ସେ କେଉଁ ଆଡେ ଫେରାର ହୋଇଯାଇଥିଲେ । ଜଗତସିଂହପୁର ଏସପିଙ୍କ ତତ୍ତ୍ଵାବଧାନରେ ଏକ ଚାରି ଜଣିଆ ସ୍ପେଶାଲ ସ୍କ୍ୱାର୍ଡ ସମ୍ପୃକ୍ତ ଏସଆଇଙ୍କୁ ଖୋଜାଖୋଜି ଚଳାଇଥିଲେ ଓ ଗତକାଲି ପୋଲିସ ସଫଳ ହୋଇଛି। ଫେରାର ଏସଆଇଙ୍କୁ ଆଜି ଜଗତସିଂହପୁରରେ ହାଜର କରାଯିବା ପରେ ତାଙ୍କୁ ଡାକ୍ତରୀ ମାଇନା କରାଯାଇ କୋର୍ଟ ଚାଲାଣ କରାଯିବା ବିଷୟ ଏସପି ଭବାନୀ ଶଙ୍କର ସୂଚନା ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.