ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି ସାଙ୍ଗଠନିକ ବୈଠକ

0 2

ଓଡ଼ଗାଁ,୨୧।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି ସଭାପତି ସତ୍ୟବ୍ରତ ନାୟକଙ୍କ ଅଧ୍ୟକ୍ଷତାରେ ଓଡ଼ଗାଁ ପୃତବିଭାଗ ଡ଼ାକବଙ୍ଗଳାରେ ଜିଲ୍ଲା କଂଗ୍ରେସ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଓଡ଼ିଶା କଂଗ୍ରେସ ପ୍ରଦେଶ ପର୍ଯ୍ୟବେକ୍ଷକ ଅଖିଳ ଭାରତ କଂଗ୍ରେସ କମିଟି କିସାନ କଂଗ୍ରେସର ଜାତୀୟ ସଂଯୋଜକ ଯୋଗଦେଇ ଓଡ଼ଗାଁ ବ୍ଳକ କଂଗ୍ରେସ ସଙ୍ଗଠନକୁ କ୍ରିୟା ଶିଳ କରିବା ନିମନ୍ତେ ଉପସ୍ଥିତ କଂଗ୍ରେସ କାର୍ଯ୍ୟକର୍ତ୍ତା ମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ । ଆଗାମୀ ସାଙ୍ଗଠନିକ ବୈଠକରେ ବ୍ଳକ କଂଗ୍ରେସ କମିଟି ସହିତ ସଭାପତି ଚୟନ ପାଇଁ ବିଭିନ୍ନ ବର୍ଗର କାର୍ଯ୍ୟକର୍ତ୍ତାଙ୍କ ଠାରୁ ମତାମତ ଗ୍ରହଣ କରିଥିଲେ । ଓଡ଼ଗାଁ ବ୍ଳକ ପୂର୍ବତନ ସଭାପତି ପୂର୍ଣ୍ଣଚନ୍ଦ୍ର ନାଏକ, ଜିଲ୍ଲା ପୂର୍ବତନ ସଭାପତି ରଞ୍ଜିତ ଦାଶ, ବରିଷ୍ଠ ନେତା ମନୋଜ ସାହୁ, ବିଭୁପ୍ରସାଦ ମିଶ୍ର, ପ୍ରତୀକ୍ ମହାପାତ୍ର, ନିରଞ୍ଜନ ତ୍ରିପାଠୀ, ଦେବରାଜ ପାଢ଼ୀ, ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ମଦନ ବିଶୋଇ, ଆଲୋକ ଚନ୍ଦ୍ର ପ୍ରଧାନ, ବିଭୁତି ରାଉତ ପ୍ରମୁଖ ବୈଠକରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.