ବାଣପୁର:(ସେକ କୌସର): ଆଜି ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଏକ ବିଶାଳ ଚକ୍ଷୁ ଚିକିତ୍ସା ଶିବିରର ଆୟୋଜନ ବାଣପୁର ବ୍ଳକର ଭେଟେଶ୍ବର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ କରାଯାଇଅଛି । ଭୂବନେଶ୍ବର ରୋଟାରୀ କ୍ଳବ ପକ୍ଷରୁ ଏକ ଭ୍ରାମ୍ଯମାଣ ଚକ୍ଷୁ ଚିକିତ୍ସା ଯାନ, ଭିଜନ କେଆର ହସ୍ପିଟାଲ ଓ ଖୋର୍ଦ୍ଧା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ ଡାକ୍ତର ଅଜୟ କୁମାର ସିଂ, ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ରର ଚକ୍ଷୁ ଚିକିତ୍ସା ଅଧିକାରୀ ଅନସୂୟା ମହାନ୍ତି, ବରିଷ୍ଠ ଚକ୍ଷୁ ଚିକିତ୍ସା ଅଧିକାରୀ ତଥା କ୍ଳବର ପ୍ରାକ୍ତନ ସଭାପତି ବିଜୟ କୁମାର ବେହେରା ତଥା ଅନ୍ଯାନ୍ଯ ସହାୟକ ମାନଙ୍କ ସହାୟତାରେ ୧୪୫ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇ ଆବଶ୍ଯକ ଥିବା ଔଷଧ ଓ ଚଷମା ଆଦି ବଣ୍ଟନ କରାଯାଇଅଛି । ସେଥିମଧ୍ୟରୁ ୬ ଜଣଙ୍କୁ ମୋତିଆବିନ୍ଦୁ ଅସ୍ତ୍ରୋପଚାର ନିମନ୍ତେ ଚିହ୍ନଟ କରାଯାଇ ସେମାନଙ୍କୁ ଭୂବନେଶ୍ବର ରୋଟାରୀ ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ବ୍ଯବସ୍ଥିତ ଗାଡିରେ ଭୂବନେଶ୍ବର ନିଆଯାଇଛି । ଶିବିରକୁ ଭେଟେଶ୍ବର ସରପଞ୍ଚ ତଥା କ୍ଳବର ସଦସ୍ଯା ସାବିତ୍ରୀ ଭୋଳ ଉଦ୍ଘାଟନ କରିଥିଲେ । କ୍ଳବର ସଭାପତି ସୁନୀଲ କୁମାର ପାତ୍ର, ସଂପାଦକ ହିମାଂଶୁ କୁମାର ପାତ୍ର, ପ୍ରାକ୍ତନ ସଭାପତି ଧୀରେନ୍ଦ୍ରନାଥ ପାତ୍ର, ରବିନାରାୟଣ ନାୟକ, ଅଶୋକ କୁମାର ପାତ୍ର, ନନ୍ଦକିଶୋର ମିଶ୍ର, ଅନଙ୍ଗଭୀମ ବିଶ୍ବାଳ, ଜଗଦୀଶ ପ୍ରସାଦ ଲାଖୋଟିଆ, ରବିନାରାୟଣ ପାଲ ଙ୍କ ସମେତ ସଭ୍ଯ ଡ.ଚିନ୍ତାମଣି ମିଶ୍ର, କ୍ଯାପଟେନ ଭବାନୀ ପ୍ରସାଦ ହୋତା, ସଂଜୟ କୁମାର ସାହୁ, ପ୍ରଶାନ୍ତ କୁମାର ଚୌଧୁରୀ, ଅଶୋକ କୁମାର ନାୟକ ପ୍ରମୁଖ ପରିଚାଳନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post