ଝାରସୁଗୁଡା 23/11 : ଝାରସୁଗୁଡା ପୌରାଞ୍ଚଳ ୱାର୍ଡ ନଂ -15 ଅନ୍ତର୍ଗତ ପୁରୁଣାବସ୍ତି ଜଗନ୍ନାଥ ମନ୍ଦିର ଓ ଭାଗବତ ଗୁଡ଼ି ମଣ୍ଡପ ର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି I ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ I ଏହି ଅବସରରେ ବିଧାୟକ ତ୍ରିପାଠୀ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଅନୁଦାନ ଯୋଜନାରେ 2 ଲକ୍ଷ ଟଙ୍କା ବ୍ୟୟ ଅଟକଳ ଏବଂ 4 ଲକ୍ଷ 50 ହଜାର ଟଙ୍କା ବ୍ୟୟ ଅଟକଳ ରେ ଭାଗବତ ଗୁଡ଼ି ମଣ୍ଡପ ଉନ୍ନତିକରଣ କାର୍ଯ୍ୟ କରାଯିବ ବୋଲି କହିଥିଲେ I ଏହାସହ ଏହିପରି ମହତ କାର୍ଯ୍ୟ ରେ ଯୋଗଦାନ କରିଥିବାରୁ ଗୌରାବାନ୍ୱିତ ମାନେ କରୁଛି ବୋଲି ମତପ୍ରକାଶ କରିଥିଲେ I ଏପରିକି ଏହାର ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହେଲେ ଶ୍ରଦ୍ଧାଳୁ ମାନଙ୍କୁ ମନ୍ଦିର ପରିସରରେ ଉତ୍ତମ ସୁବିଧା ମିକିବା ସହ ଧାର୍ମିକ ଓ ସାଂସ୍କୃତିକ ପରମ୍ପରା ଆହୁରି ମଜବୁତ ହୋଇପାରିବ ବୋଲି ମତ ରଖିଥଲେ I ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ନେତ୍ରାନନ୍ଦ ମହାପାତ୍ର, ଅଶୋକ ପାଣ୍ଡେ, ସ୍ନେହଲତା ମିସ୍ତ୍ରୀ, ଯୋଶୀଳା ମାଝୀ, ରାଜେନ୍ଦ୍ର ସା, ମନୋରଞ୍ଜନ ମହାପାତ୍ର, ସଦାନନ୍ଦ ଦାଶ, ମୁନକୁ ପାଣ୍ଡେ, ମମତା ପଟେଲ, ରାହୁଲ ମୁଣ୍ଡା, ବାସନ୍ତୀ ପଟ୍ଟନାୟକ ପ୍ରମୁଖଙ୍କ ସମେତ ବହୁସଂଖ୍ୟାରେ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ I