ଡୁଙ୍ଗୁରିପାଲି ତା 23/11: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ପାଣ୍ଡକିଟାଲ ଜୟ ହିନ୍ଦ ପାଠାଗାର ପକ୍ଷରୁ ଚତୁର୍ଦ୍ଦଶୀ ପୂଜା ଅନୁଷ୍ଠିତ ହୋଇଯାଇଛି। ପବିତ୍ର କାର୍ତିକ ମାସ ଚତୁର୍ଦସୀ ଦିନ ରେ ପ୍ରତ୍ୟେକ ବର୍ଷ ପରି ଏବର୍ଷ ମଧ୍ୟ୍ୟ ଅଇଁଲାତଲ ପଡିଆଠାରେ ମହାଡ଼ମ୍ବର ରେ ଚତୁର୍ଦ୍ଦଶୀ ପୂଜା ହେଉଥିବା ବେଳେ ଆଜି ଦିବା ୧୨ ଟା ରୁ ସନ୍ଧ୍ୟା ୫ ଟା ପଯ୍ୟନ୍ତ ବିସିପାଲି ଗ୍ରାମର ଲିପିକା ଗୁରୁ ଦ୍ୱାରା ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସହ ସହ ମହିଳା ପାରାୟଣ ରେ ହରି କଥା ଶ୍ରବଣ କରିଥିଲେ। ସନ୍ଧ୍ୟା ୬ ଟା ସମୟ ରେ ସମସ୍ତ ଗ୍ରାମବାସୀ ଙ୍କର ଉପସ୍ଥିତିରେ ଆଇଁଲାତଳ ପଡିଆ ରେ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା।

ରାତ୍ର ୮ ଘଣ୍ଟା ରୁ କୀର୍ତନ ଧାରା ଗାୟିକା ମଞ୍ଜୁ ଭୁଏ ବଗଡିଆ,ଗାୟିକା ରୋଜି ବରିହା ଭାଟବାହାଳୀ,ଗାୟିକା ମାମି ଧରୁଆ ନନ୍ଦିନୀପୁର, ଗାୟିକା ଲିପ୍ସା ଦାସ ବାଘପାଲି, ବାୟକ ସୁଜିତ ବାଗ ଗଣ୍ଠିଆପାଲି, ବାୟକ ସୁଶାନ୍ତ ବିଶି ଅରେଇଗୁଡ଼ି ଙ୍କର ଦ୍ୱାରା ରାତ୍ରି ବାର ଘଣ୍ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା କାର୍ଯ୍ୟକ୍ରମ ରେ ଜୟ ହିନ୍ଦ ପାଠାଗାର ର କର୍ମକର୍ତ୍ତା ରାଜକୁମାର ସାହୁ, ଚିତ୍ତରଞ୍ଜନ ସେଠ, ବିଶ୍ୱନାଥ ମେହେର, ସୁଶୀଲ ସାହୁ, ସନ୍ତୋଷ ସେଠ୍, ପ୍ରକାଶ ନାଏକ ଓ ସରପଞ୍ଚ ଗୋବିନ୍ଦ ସେଠ୍ ଏବଂ ପଣ୍ଡକିଟାଲ ଚରିଛକ୍ ର ସମସ୍ତ ଯୁବପିଢ଼ି ମାନଙ୍କର ଅକ୍ଲାନ୍ତ ପରିଶ୍ରମରେ କାର୍ଯ୍ୟକ୍ରମଟି ସଫଳ ଭାବେ ଅନୁଷ୍ଠିତ ହୋଇଥିଲା।