ବଜାରକୁ କିଣାକିଣି ପାଇଁ ଯାଉଥିଲେ, ଆଉ ଫେରିଲେନି : ବସ ଧକ୍କାରେ ଚାଲିଗଲା ବୄଦ୍ଧାଙ୍କ ଜୀବନ 

0

ବରଗଡ ଜିଲ୍ଲା ପ୍ରତିନିଧି ନୀଳ ଦୀପଙ୍କ ଠାରୁ 

ପଦ୍ମପୁର ବରଗଡ଼ ରାସ୍ତା ବାରିହାପାଳି ଛକ ଠାରେ ଏକ ଘରୋଇ ବସ ଧକ୍କା ରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇ ଯାଇଛି। ବୃଦ୍ଧ ଜଣକ ବାରିହାପଲି ନିକଟ ଖୁଜେନ ଗ୍ରାମର ନିର ସ୍ୱାଇଁ (୬୨) ବୋଲି ଜଣା ପଡିଥିବା ବେଳେ ସେ ବାରିହାପାଳି ଠାରେ ବସିଥିବା ବଜାରକୁ କିଣା କିଣି ପାଇଁ ଆସିଥିଲେ । ଫେରିବା ସମୟରେ ରାସ୍ତା ପାରି ହେଉଥିବା ବେଳେ ଏକ ବସ ତାଙ୍କୁ ଧକ୍କା ଦେଇ ଥିବାରୁ ଘଟଣା ସ୍ଥଳ ରେ ତାଙ୍କର ମୃତ୍ୟୁ ହୋଇଛି। ବାସ ଚାଳକ ବସ ସହିତ ସିଧା ଯାଇ ପଦ୍ମପୁର ଥାନା ରେ ସମର୍ପଣ କରିଥିବା ବେଳେ ଜନ ସାଧାରଣ ଙ୍କ ଦ୍ଵାରା ରାସ୍ତା ଅବରୋଧ ସହ ଗାଡି ମାଲିକ ଓ ଚାଳକ କୁ ତାଙ୍କ ପାଖକୁ ଆଣିବା ଦାବି ରେ ରାସ୍ତା ଅବରୋଧ କର ଯାଇଛି। ପଦ୍ମପୁର ପୋଲିସ ଘଟଣା ସ୍ଥଳ ରେ ପହଂଚି ଜନ ସାଧାରଣ ଙ୍କୁ ଶାନ୍ତ କରିବା ପାଇଁ ଚେଷ୍ଟା କରୁଛନ୍ତି।

 

 

Leave A Reply

Your email address will not be published.