ଅନ୍ତେବାସୀକୁ ନିସ୍ତୁକ ମାଡ ମାରିଲା ନାବାଳକ: ମଦ ପିଇବାକୁ ଟଙ୍କା ନଦେବାରୁ କ୍ଷତାକ୍ତ କଲେ

2

ବାରିପଦା- ରଙ୍ଗାମାଟିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରାବାସରେ ଜଣେ ତୃତୀୟ ଶ୍ରେଣୀ ଛାତ୍ର ଅନ୍ତେବାସୀକୁ ଜଣେ ନାବାଳକ ନିସ୍ତୁକ ମାଡ ମାରିଛନ୍ତି। ମଦ୍ୟପାନ ନିମନ୍ତେ ଟଙ୍କା ନଦେବାରୁ ବାଡ଼ିରେ ବାଡେଇ ଲହୁ ଲୁହାଣ କରିଛନ୍ତି। ଏନେଇ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ବେହେରା ବାରିପଦା ସଦର ଥାନାରେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ଅଞ୍ଚଳର ଜଣେ ନାବାଳକ ବାରମ୍ବାର ଏହିପରି ଘଟଣା କରୁଥିବା ନେଇ ଜଣାପଡ଼ିଛି। ସେ ନିଶାସକ୍ତ ଅବସ୍ଥାରେ ପାଚେରୀ ଡେଇଁ ଛାତ୍ରାବାସ ମଧ୍ୟକୁ ପ୍ରବେଶ କରିଥାଏ। ମଦ୍ୟପାନ କରିବାକୁ ସମସ୍ତ ଛାତ୍ରଙ୍କୁ ଟଙ୍କା ବଟି ମାଗିଥାଏ। ଯିଏ ନ ଦେବ ତାହାକୁ ପିଟାମରା କରିବା ସହ ହତ୍ୟା କରିବା ଧମକ ଦେଇଥାଏ। ଏହାସହିତ ଅନେକ ସମୟରେ ବିଦ୍ୟାଳୟ ସାମଗ୍ରୀ ଚୋରି କରି ନେଇଛନ୍ତି। ଏନେଇ କାହାକୁ ଜଣାଇଲେ ନିର୍ଯ୍ୟାତନା ଦେବା ସହ ହତ୍ୟା କରିବା ଧମକ ଦେଉଥିଲା। ଯାହାକୁ ନେଇ ଛାତ୍ର ମାନ ଚୁପ ରହି ଟଙ୍କା ଦେଇ ଦେଉଥିଲେ। ତେବେ ମଦ୍ୟପାନ ପାଇଁ ଟଙ୍କା ନଦେବାରୁ ଛାତ୍ରକୁ ବାଡେଇ ରକ୍ତାକ୍ତ କରିଥିବା ନେଇ ପ୍ରଧାନ ଶିକ୍ଷକ ଜାଣିବା ପରେ ଥାନାରେ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.