ବାରିପଦା- କୋମଳମତି ଛାତ୍ରୀ ମାନଙ୍କୁ ଶିକ୍ଷକ ଅସଦାଚରଣ ଘଟଣାରେ ଫେରାର ଥିବା ଶିକ୍ଷକ ପୁଲିସ ହାତରେ ଧରା ପଡିଛନ୍ତି। ଏକାଧିକ ସ୍କୁଲରେ ଏହିପରି କାଣ୍ଡ ଭିଆଇ ଟଙ୍କା ବଳରେ ଆପୋଷ ବୁଝାମଣା କରି ଖସି ଯାଉଥିବା ଶିକ୍ଷକ ଗିରଫ ହୋଇ ଜେଲ ଯାଇଛନ୍ତି। ଫେରାର ଥିବା ବେଳେ ମାସେ ପରେ ବୈଶିଙ୍ଗା ପୁଲିସ ଗିରଫ କରିଛନ୍ତି। ଅଭିଯୁକ୍ତ ଶିକ୍ଷକ ଜଣକ ହେଲେ ବେତନଟୀ ବ୍ଲକ ଅଧୀନ ପ୍ରତିମାଦେଇପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ପ୍ରମୋଦ କୁମାର ମହାନ୍ତ।
ସୂଚନା ଅନୁଯାଇ ବେତନଟୀ ବ୍ଲକ ତଥା ବୈଶିଙ୍ଗା ଥାନା ଅଧୀନ ପ୍ରତିମାଦେଇପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ପ୍ରମୋଦ କୁମାର ମହାନ୍ତ ଗତ ମାସ ସେହି ବିଦ୍ୟାଳୟର ୭/୮ ଜଣ ଛାତ୍ରୀଙ୍କୁ ଗେଲ କରିବା ବାହାନାରେ ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ତେବେ ଏହିଭଳି ଲଜ୍ଜ୍ୟା ଜନକ ଘଟଣାର ଅଭିଯୋଗ ପାଇ ବେତନଟୀ ବିଇଓ ତାଙ୍କୁ ତତକ୍ଷଣାତ ନିଲମ୍ବନ କରିଥିଲେ। କିନ୍ତୁ ଏହିଭଳି ଲଜ୍ଜ୍ୟାଜନକ ଘଟଣା ଘଟିବାର ସପ୍ତାହକ ପର୍ଯ୍ୟନ୍ତ ଏସମ୍ବନ୍ଧରେ ଥାନାରେ ଏତେଲା ଦିଆଯାଇନଥିଲା। ଏ ବାବଦରେ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଜିଲ୍ଲାପାଳଙ୍କ ହସ୍ତକ୍ଷେପରେ ଗତ ୨୯ତାରିଖ ଦିନ ବୈଶିଙ୍ଗା ଥାନାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକ୍ରମେ ଏକ ମାମଲା ରୁଜୁ କରି ଶିକ୍ଷକକୁ ଗିରଫ କରିବା ପାଇଁ ତାଙ୍କ ଘରେ ଚଢ଼ାଉ କରିଥିଲେ। କିନ୍ତୁ ଅଭିଯୁକ୍ତ ଶିକ୍ଷକ ଫେରାର ହୋଇଯିବାରେ ସଫଳ ହୋଇଥିଲା। ଏହାପରେ ଶୁଣିବାକୁ ମିଳିଥିଲା କି ଶିକ୍ଷକ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରି ଲୁଚିଥିଲେ। କୌଶଳ କ୍ରମେ ବୈଶିଙ୍ଗା ପୁଲିସ ତାଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି। ତାଙ୍କର ଡାକ୍ତରୀ ମାଇନା କରିବା ପରେ କୋର୍ଟ ଚାଲାଣ କରିଛନ୍ତି। କୋର୍ଟରେ ଜାମିନ ଆବେଦନ ଖାରଜ ହେବା ପରେ ଜେଲକୁ ଯାଇଛନ୍ତି।
Sign in
Sign in
Recover your password.
A password will be e-mailed to you.