ବାରିପଦା- ଯୁବକ ଅନଲାଇନ ଟ୍ରେଡିଂ ଜରିଆରେ ସାଇବର ଠକେଇର ଶିକାର ହୋଇ ୫ଲକ୍ଷ ଟଙ୍କା ହରାଇଛନ୍ତି। ଏନେଇ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଅସନା ଗ୍ରାମର ମହେନ୍ଦ୍ର ନାଥ ସିଂ ସାଇବର ଓ ଅର୍ଥନୈତିକ ଅପରାଧୀ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କୁ ଏକ ଅଜଣା ନମ୍ବରରୁ ଟେଲିଗ୍ରାମରେ ମେସେଜ ଆସିଥିଲା। ଏ ଗ୍ରୁପରେ ଯୋଡି ତାଙ୍କୁ ଅନଲାଇନ ଜରିଆରେ ଟ୍ରେଡିଂ ଟାସ୍କ କରିଲେ ତାଙ୍କୁ ଟଙ୍କା ପ୍ରଦାନ କରାଯିବ ବୋଲି କହିଥିଲେ। ଅଧିକ ଅର୍ଥ ଉପାର୍ଜନ କରିବା ଆଶାରେ ସେ ରାଜି ହୋଇ କାର୍ଯ୍ୟ ଆରମ୍ଭ କରିଥିଲେ। ଟାସ୍କ କରିବା ପରେ ପର୍ଯ୍ୟାୟକ୍ରମରେ ଟଙ୍କା ପ୍ରଦାନ କରିଥିଲେ। ଏହାପରେ ତାଙ୍କ ଅଧିକ ରୋଜଗାର ଟଙ୍କାକୁ ଅନଲାଇନ ଟ୍ରେଡିଂରେ ବିନିଯୋଗ କରିବାକୁ କହିଥିଲେ। ପ୍ରଥମେ ୫୦,୦୦୦ ଟଙ୍କା ବିନିଯୋଗ କରିଥିବା ବେଳେ ଅଧିକ ଟଙ୍କା ଦେଇ ବିଶ୍ୱାସ ଭାଜନ ହୋଇଥିଲେ। ଏହାପରେ ସେ ୬ଲକ୍ଷ ଟଙ୍କା ଡିପୋଜିଟ କରିଥିଲେ। କିନ୍ତୁ ଟଙ୍କା ଫେରସ୍ତ ପାଇନଥିଲେ। ସମୁଦାୟ ଟଙ୍କା ଠକେଇ କରି ନେଇଥିଲେ। ବାରମ୍ବାର ଯୋଗାଯୋଗ କରିବାକୁ ପ୍ରଚେଷ୍ଟା କରିଥିବା ବେଳେ ସମ୍ଭବ ହୋଇନଥିଲା। ଯାହାକୁ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି।
Sign in
Sign in
Recover your password.
A password will be e-mailed to you.