ବାରିପଦା – ମହାରାଷ୍ଟ୍ରରୁ ଶିମିଳିପାଳ ଅଭୟାରଣ୍ୟକୁ ଚାଲି ଆସିଥିବା ବାଘୁଣୀ ଜିନତ କୋର ଜଙ୍ଗଲ ଅଞ୍ଚଳରେ ବିନ୍ଦାସ ବିଚରଣ କରୁଥିବା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ମିଳିଥିବା ଫୋଟୋ ଓ ତଥ୍ୟରୁ ଜଣାପଡିଛି.
ଶିମିଳିପାଳ ଅଭୟାରଣ୍ୟରେ ବାଘ ବଂଶ ବୃଦ୍ଧି କରିବା ଲକ୍ଷ୍ୟ ନେଇ ମହାରାଷ୍ଟ୍ରର ଚନ୍ଦ୍ରଗିରି ଜିଲ୍ଲାର ତଡ଼ବା-ଅନ୍ଧେରୀ ଜାତୀୟ ବ୍ୟାଘ୍ର ଅଭୟାରଣ୍ୟରୁ ଶିମିଳିପାଳ ଅଭୟରଣ୍ୟକୁ ଦ୍ୱିତୀୟ ମହାବଳ ବାଘୁଣୀ ଜିନତ ଆସିଥିଲା। ଜିନତର ବୟସ ୩ବର୍ଷରୁ ଉର୍ଦ୍ଧ୍ବ ଅଟେ। ଗତ ନଭେମ୍ବର ୧୪ ତାରିଖରେ ଶିମିଳିପାଳ ଅଭୟାରଣ୍ୟକୁ ଆସିଥିବା ବେଳେ ନଭେମ୍ବର ୧୫ ସକାଳେ ଚହଲା ନିକଟସ୍ଥ ଏକ ସଫ୍ଟ ଏନକ୍ଲୋଜର ମଧ୍ୟରେ ତାକୁ ଛଡାଯାଇଥିଲା। ସଫ୍ଟ ଏନକ୍ଲୋଜର ମଧ୍ୟରେ ବାଘୁଣୀ ଶିକାର କରି ସ୍ୱାଭାବିକ ହେବା ପରେ ଜଙ୍ଗଲରେ ଛଡାଯାଇଥିଲା। ତେବେ ଟ୍ରାପ ଚିପ ଲଗାଇ ଗତିବିଧି ଅନୁଧ୍ୟାନ କରାଯାଉଥିବା ବେଳେ ବର୍ତ୍ତମାନ ଶିମିଳିପାଳ ଅଭୟାରଣ୍ୟ କୋର ଜଙ୍ଗଲରେ ବାଘୁଣୀ ଜିନତ ବିଚରଣ କରୁଛି। ତାହାର ଗତିବିଧି ୨୪ଘଣ୍ଟିଆ ବନ ବିଭାଗ ଟିମ ଅନୁଧ୍ୟାନ କରୁଛନ୍ତି। ଉପଗ୍ରହ ଚିତ୍ର ମାଧ୍ୟମରେ ନିୟମିତ ଭାବେ ପ୍ରତିଟି ଗତିବିଧି ନିରୀକ୍ଷଣ କରୁଛନ୍ତି। ତାହାକୁ ଛଡା ଯିବା ଠାରୁ ଶିମିଳିପାଳର ସୀମା ମଧ୍ୟରେ ହିଁ ଚଳପ୍ରଚଳ କରିବା ସହ ଜଙ୍ଗଲୀ ଜନ୍ତୁ ସମ୍ବର, ବାରାହା, ହରିଣ ଆଦି ଶିକାର କରୁଛି। ବର୍ତ୍ତମାନ ତାହାର ଶରୀର ସୁସ୍ଥ ରହିଥିବା ଜଣାପଡିଛି। ଅନ୍ୟପଟେ ମହାରାଷ୍ଟ୍ରରୁ ଆସିଥିବା ପ୍ରଥମ ବାଘୁଣୀ ଯମୁନା ଶିମିଳିପାଳ ଜଙ୍ଗଲରେ ବିଚରଣ କରୁଥିବା ବେଳେ ତାହାର ଗତିବିଧି ଉପରେ ମଧ୍ୟ ବନ ବିଭାଗର ଟିମ ଅନୁଧ୍ୟାନ ଜାରି ରଖିଛନ୍ତି।
Sign in
Sign in
Recover your password.
A password will be e-mailed to you.