ପାଇକମାଳ:- ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକମାଳ ରେ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟ( ମଧୁବନ, ରାଜସ୍ଥାନ) ଆଧ୍ୟାତ୍ମିକ ଚିନ୍ତା ଧାରା ବିଷୟରେ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ବିଦ୍ୟାଳୟର ପ୍ରକୋଷ୍ଠରେ ସଭା ଅନୁଷ୍ଠିତ ହୋଇଯାଇଥିଲା lଏହି ସଭା ରେ ବି.କେ.ତପନ କୁମାର, ବି.କେ.ସୁରୁ, ବି.କେ. ସୁଧାକର(ବଲାଙ୍ଗୀର) ବି.କେ.ବ୍ରଜ କୁମାର ମହାନ୍ତି ପ୍ରମୁଖ ମୁଖ୍ୟ ଥିଲେ l ବିଷୟ ବସ୍ତୁ ହେଲା ମନୁଷ୍ୟ ଜୀବନ ର ଲକ୍ଷ୍ୟ କଣ, ଆପଣ ଆତ୍ମା ଅଟନ୍ତି, ନିରାକାର ପରମାତ୍ମା ଏବଂ ତାଙ୍କର ଦିବ୍ୟଗୁଣ, ସଂସ୍କାର, ମେଡି ଟେସନ, ଆତ୍ମା ର ସତଗତି କିପରି ହେଇପାରିବ ତା ବିଷୟରେ ଆଲୋକପାତ କରିଥିଲେ l ଏହି ସଭା ରେ ୧୫୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ l ଜ୍ୟୋତିର୍ମୟୀ ପଟ୍ଟନାୟକ, ବବିତା ବେହେରା, ନିରୁପମା ସାହୁ, ସୁଦାମ ପାଣ୍ଡେ, ଯଶୋବନ୍ତ ସାହା, ଶିବମ ନାଏକ, ଛବିଲାଲ୍ ସେଠ୍, ରଜତ କୁମାର ସାହୁ, ଲଳିତ କୁମାର ବିଶ୍ଵାଳ, ଅମିତ୍ ସାହୁ, ମନୋଜ ସାହୁ, ସ୍ଵାଧୀନ, ମୀନା କୁମାରୀ ଦାସ ସହଯୋଗ କରିଥିଲେ l ଡ଼ ଦ୍ଵାଦଶ କୁମାର ପଧାନ ମଞ୍ଚ ପରିଚାଳନା ଏବଂ ଧନ୍ୟବାଦ୍ ଅର୍ପଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post