ବାଘମୁଣ୍ଡ/(ଶାସକ ପ୍ରଶାସକ): ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ତହସିଲ ଅନ୍ତର୍ଗତ ବାଘମୁଣ୍ଡ ଗ୍ରାମରେ ଚାଲିଥିବା ବେଆଇନ୍ କ୍ରସର ଦ୍ଵାରା ମୁଖ୍ୟ ରାସ୍ତା ଏବଂ ଆଖପାଖ ଚାଷଜମି କ୍ଷତିଗ୍ରସ୍ତ ହେଉଥିବା ଗାଁଲୋକେ ଅଭିଯୋଗ ଆଣିଛନ୍ତି। ଦିନରାତି ଏହି କ୍ରସର୍ ଅବିରତ ଚାଲିଛି, ସରକାରୀ ନିୟମ ଅନୁସାରେ ପାଣି ସିଞ୍ଚନ କରାଯାଉ ନାହିଁ ଯଦ୍ୱାରା କ୍ରସର ଆଖପାଖ ଚାଷ ଜମିରେ ପଥର ଗୁଣ୍ଡ ପଡ଼ିବା ଦ୍ଵାରା ଚାଷୀଙ୍କ କ୍ଷୟକ୍ଷତି ହେଉଛି । ମୁଖ୍ୟ ରାସ୍ତା ଲାଗି କି ଥିବାଦ୍ୱାରା ରାସ୍ତାରେ ଯିବା ଆସିବା ସମୟରେ ଲୋକଙ୍କ ଆଖି ନାକରେ ପଥର ଗୁଣ୍ଡ ପଶିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। କ୍ରସର୍ ପାଖରେ କୁଆଁରୀ ଅଛି ଯେଉଁଠି ବୋର୍ ବ୍ଲାଷ୍ଟିଂ କରିବା ଦ୍ୱାରା ପାଖ ଘର ମାନଙ୍କରେ ଫାଟ ସୃଷ୍ଟି ହେଉଛି ତଥା ବିଦ୍ୟାଳୟରେ ବସି ଛୋଟ ପିଲାମାନେ ବ୍ଲାଷ୍ଟିଂ ର ଶବ୍ଦରେ ଭୟଭୀତ ହେଉଛନ୍ତି।
ଏହି ରାସ୍ତାଦେଇ ଗଲାବେଳେ ଲୋକେ ଜୀବନ ଭୟରେ ଡରି ଡରି ଯିବାଆସିବା କରୁଛନ୍ତି। ପ୍ରଶାସନ ସବୁ ଜାଣିଶୁଣି କ୍ରସର
ମାଲିକ୍ କୁ କୌଣସି ଲଗାମ ଲଗାଉନହନ୍ତି ବୋଲି ବାଘମୁଣ୍ଡ ଗ୍ରାମବାସୀ ଦୃଢ ଅଭିଯୋଗ ଆଣିଛନ୍ତି। ଜିଲ୍ଲା ପ୍ରଶାସନ ଏହି ବେଆଇନ୍ କାର୍ଯ୍ୟକଳାପ କୁ ତୁରନ୍ତ ବନ୍ଦ ନ କଲେ ଆଗାମୀ ଦିନରେ ଲୋକେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସୂଚନା ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.