ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଐତିହ୍ୟର ମହକ , ପରମ୍ପରାର ଝଲକ ଓ କଳାର ଅପୂର୍ବ ସମାବେଶକୁ ନେଇ ଗଜପତି ଜିଲ୍ଲା ସଦର ପାରଳାଖେମୁଣ୍ଡି ସ୍ଥିତ ଅର୍ବାନ ବ୍ୟାଙ୍କ ପଡିଆ ଠାରେ ପଞ୍ଚମ ପାରଳା ଉତ୍ସବ–୨୦୨୬ ସଫଳତା ସହ ଅନୁଷ୍ଠିତ ହୋଇଛି।
ପାରଳାର ଅଗ୍ରଣୀ ଓଡିଶୀ ନୃତ୍ୟ ଅନୁଷ୍ଠାନ ଶ୍ରୀଜଗନ୍ନାଥ ଓଡ଼ିଶୀ କଳାକେନ୍ଦ୍ର ଓ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତରେ ଆୟୋଜିତ ଏହି ମହୋତ୍ସବ ଅଞ୍ଚଳରେ ସାଂସ୍କୃତିକ ଜାଗୃତିକୁ ନୂଆ ମାପଦଣ୍ଡ ଦେଇଛି।
ଏହି ଉତ୍ସବ ମୁଖ୍ୟ ଉଦ୍ଦେଶ୍ୟ ଥିଲା ଭାରତର ବିଭିନ୍ନ ପ୍ରାନ୍ତର କଳା , ସଂସ୍କୃତି ଓ ପାରମ୍ପରିକ ନୃତ୍ୟକୁ ଗୋଟିଏ ମଞ୍ଚରେ ଏକତ୍ରିତ କରିବା।
ପ୍ରାରମ୍ଭିକ ସଭା ଉପଦେଷ୍ଟା ଆଦର୍ଶ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ କେ.ନାରାୟଣ ରାଓ (ପୂର୍ବତନ ବିଧାୟକ ତଥା ଭା.ଜ.ପା ର ରାଜ୍ଯ ଉପ ସଭାପତି ) , ସମ୍ମାନିତ ଅତିଥି ନିର୍ମଳା ସେଠୀ , ପାରଳା ପୌରଷଦର ଅଧ୍ଯକ୍ଷା , ଗୁରୁ ଡ. ଗଜେନ୍ଦ୍ର କୁମାର ପଣ୍ଡା , ଓଡିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ନୃତ୍ୟ ନିର୍ଦ୍ଦେଶକ , ତ୍ରିଧାରା , ଭୁବନେଶ୍ବର , ଗୁରୁ ପଣ୍ତିତ ରଘୁନାଥ ପାତ୍ର , ଓଡିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ସଂଗୀତ ନିର୍ଦ୍ଦେଶକ , ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ସାଂସ୍କୃତିକ ଉନ୍ନୟନ ଅଧିକାରୀ , ଗଜପତି , ଶ୍ରୀଯୁକ୍ତ ନୃସିଂହ ଚରଣ ପଟ୍ଟନାୟକ , ପ୍ରାକ୍ତନ ଅଧ୍ଯକ୍ଷ ,ପାରଳା ପୌରିଷଦ , ଅନୁଷ୍ଠାନର ସଭାପତି ବିଚିତ୍ରନନ୍ଦ ବେବର୍ତ୍ତା ଓ ମାନ୍ୟଗଣ୍ୟ ଅତିଥି ଉପସ୍ଥିତ ରହି କାର୍ଯ୍ୟକ୍ରମର ଗରିମା ବୃଦ୍ଧି କରିଥିଲେ।
ଅନୁଷ୍ଠାନର ସମ୍ପାଦିକା ଶ୍ରୀମତୀ ଡି. ପ୍ରିୟଙ୍କା ସଂପାଦକୀୟ ବିବରଣୀ ପ୍ରଦାନ କରିଥିଲେ।

ମଞ୍ଚାସିନ ଅତିଥିମାନେ ଅନୁଷ୍ଠାନର ସଫଳତା ଓ ଓଡ଼ିଶୀ ନୃତ୍ୟ ଅଭିବୃଦ୍ଧି ପ୍ରତି ଅନୁଷ୍ଠାନର ଅବଦାନ ଉପରେ କହିଥିଲେ। ସେମାନେ ବିଶେଷ କରି ଗଜପତି ଜିଲ୍ଲାର ସଂସ୍କୃତି ପରିଚୟକୁ ବିଦେଶରେ ପ୍ରଚାର କରିଥିବା ଶିଳ୍ପୀମାନଙ୍କୁ ଭୂୟଂସୀ ପ୍ରଂଶସା କରିଥିଲେ।
ଅନୁଷ୍ଠାନର ଶିଳ୍ପୀମାନେ ଡ. ଗଜେନ୍ଦ୍ର ପଣ୍ଡାଙ୍କ ସଂଯୋଜନା ଓ ଡି. ପ୍ରିୟଙ୍କାଙ୍କ ନିର୍ଦ୍ଦେଶନାରେ ‘ ଦାନୀ କର୍ଣ୍ଣ ‘ ନୃତ୍ୟନାଟିକା ପରିବେଷଣ କରିଥିଲେ।
‘ ତ୍ରିଧାରା’ ଭୁବନେଶ୍ୱରର ନୃତ୍ୟଶିଳ୍ପୀମାନେ ଗୁରୁ ଡ. ଗଜେନ୍ଦ୍ର କୁମାର ପଣ୍ଡାଙ୍କ ନେତୃତ୍ୱରେ ଓଡ଼ିଶାୀ ନୃତ୍ୟ ପରିବେଷଣ କରିଥିବା ବେଳେ ସିକ୍କିମ୍ ଆସିଥିବା ନୃତ୍ୟଶିଳ୍ପୀମାନେ ଲୋକନୃତ୍ୟ ଦର୍ଶକମାନଙ୍କ ମନକୁ ମୋହିଲା।
ଏହି ଅବସରରେ ଦୀପକ ଦର୍ନାଲ , ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଲୋକନୃତ୍ୟ ଗୁରୁ (ସିକ୍କିମ୍) ଓ କଳାଶ୍ରୀ ମୁରଲୀଧର ପରିଚ୍ଛା , ରାଜ୍ୟ ପୁରସ୍କାର ପ୍ରାପ୍ତ କଳାକାର (ଗଜପତି)ଙ୍କୁ ପାରଳା ପ୍ରତିଭା -୨୦୨୬ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା।
ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଗୁରୁ ଶିଷ୍ୟା ପରମ୍ପରା ବଜାୟ ରଖି ଶିଷ୍ୟା ମାନେ ଗୁରୁ ପୂଜନ କରିଥିଲେ ଓ ପରେ ଅନୁଷ୍ଠାନ ର କଳାକାର ମାନେ ମାହାରୀ , ଓଡିଶୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଡି. ମୋହନ ରାଓ , ବାଳକୃଷ୍ଣ ପାଣିଗ୍ରାହୀ , ବ୍ରଜରାଜ ବେହେରା , ରଶ୍ମିତା ପଣ୍ଡା , ରାଜେଶ ପାତ୍ର , ନରସିଂହ ପାଣିଗ୍ରାହୀ, ମମିତା କୁମାରୀ ସାହୁ , ବିଷ୍ଣୁ ପଣ୍ଡା, ସୁନୀଲ ପରିଚ୍ଛା, ବିଷ୍ଣୁପ୍ରିୟା ମଣ୍ଡଳ,ପ୍ରିୟା ପ୍ରଧାନ ବହୁ କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ।