ଗୁଦେରପାଲି ମହାବିଦ୍ୟାଳୟ ରେ ସଂସ୍କୃତ ଦିବସ ପାଳିତ

2

ବିଜେପୁର :-ବରଗଡ ଜ଼ିଲ୍ଲା ଗୁଦେରପାଲି ଯୁକ୍ତ ଦୁଇ ମହାବିଦ୍ୟାଳୟ ପରିସରରେ ସଂସ୍କୃତ ଦିବସ ଉତ୍ସାହ ଉଦ୍ଦୀପନା ମଧ୍ୟରେ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମଟି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରୀତିଶ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ବେଳେ ବିପୁଳ ସଂଖ୍ୟାରେ ଛାତ୍ରଛାତ୍ରୀ ଏଥିରେ ଯୋଗଦାନ କରି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ନବଭାରତ ବିଦ୍ୟାଳୟ, ନୁଆପାଲି ର ନେତ୍ରାନନ୍ଦ ମହାପାତ୍ର ଓ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ପୁଞ୍ଜିପଥର ର ସଂସ୍କୃତ ଶିକ୍ଷକ ଦେବରାଜ ସାହୁ ଯୋଗଦାନ କରିଥିଲେ । ଅଧ୍ଯକ୍ଷ ଓ ଅତିଥିବୃନ୍ଦ ସଂସ୍କୃତ ଭାଷାର ମହତ୍ଵ ଓ ଏହାର କାବ୍ୟ-ସାହିତ୍ୟ ଐତିହ୍ୟ ଏବଂ ଭାଷାର ମହନୀୟତା ବିଷୟରେ ଆଲୋକ ପାତ କରି, ଛାତ୍ରଛାତ୍ରୀଙ୍କୁ ସଂସ୍କୃତ ଅଧ୍ୟୟନରେ ଅଧିକ ରୁଚି ସୃଷ୍ଟି କରିବାକୁ ପ୍ରେରିତ କରିଥିଲେ। ସେମାନେ କହିଥିଲେ ଆଚାର୍ଯ୍ୟ ୬୦ ସଂସ୍କୃତ ଭାଷା ପ୍ରାଚୀନ ଭାରତୀୟ ସଂସ୍କୃତିର ଆଧାରସ୍ଥମ୍ଭା ଏହାକୁ ସମସ୍ତ ଭାଷାର ମାତୃଭାଷା ଭାବେ ବର୍ଣ୍ଣନା କରାଯାଏ। ବେଦ, ଉପନିଷଦ, ପୁରାଣ, ରାମାୟଣ, ମହାଭାରତ ଭଳି ମହାକାବ୍ୟଗୁଡ଼ିକ ସଂସ୍କୃତ ଭାଷାରେ ରଚିତା ଏହାର ଉଚ୍ଚାରଣ ସୁସ୍ପଷ୍ଟ ଓ ଗୁଣମୟ, ଯାହା ମନ ଏବଂ ଶରୀରକୁ ପବିତ୍ର କରୋ ସଂସ୍କୃତର ପଠନ ଆମକୁ ଆମ ପୁରାତନ ଐତିହ୍ୟ ସହିତ ସଂଯୁକ୍ତ କରୋ “ବଦତୁ ସଂସ୍କୃତମ୍, ଜୟତୁ ଭାରତମ୍” – ଏହି ଉଦ୍ବୋଧନ ସଂସ୍କୃତର ମହତ୍ଵକୁ ପ୍ରକାଶ କରୋ ଇତ୍ୟବସରରେ ସଂସ୍କୃତ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନେ ଶ୍ଳୋକ ଆବୃତ୍ତି କରିଥିଲେ। ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା “ବଦତୁ ସଂସ୍କୃତଂ ଜୟତୁ ଭାରତମ୍ “ଉକ୍ତିରେ ମହାବିଦ୍ୟାଳୟ ପ୍ରକମ୍ପିତ ହୋଇଥିଲା। ପରିଶେଷ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିବା ମେଧାବୀ ଓ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ସଫଳ କରିବାରେ ଅଧ୍ୟାପକ ମୁକେଶ କୁମାର ସାହୁ, ଚମ୍ପେଶ୍ବର ସେଠ, ନରେନ୍ଦ୍ର ଦେହେରୀ ଓ ଅଧ୍ୟାପିକା ଲୋପାମୁଦ୍ରା ପ୍ରଧାନ, ହେତୁ ପାତ୍ର, ଲିଙ୍ଗ ହାତୀ ଏବଂ କୁଶ ପାତ୍ର ସହଯୋଗ ଯୋଗାଇଥିଲେ। ସର୍ବଶେଷରେ ଅଧ୍ୟାପିକା ଅର୍ଚ୍ଚନାଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.