ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୮/୦୮/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ଆଜି ଜିଲ୍ଲା ଶିଶୁ ଶ୍ରମିକ ବାହିନୀ ର ଏକ ସ୍ବତନ୍ତ୍ର କମିଟି ବିଭିନ୍ନ ଦୋକାନ ଓ ବେସରକାରୀ କାର୍ଯ୍ୟାଳୟ ପରିଦର୍ଶନ କରି ୫ ଜଣ ବାଲ ଶିଶୁ ଶ୍ରମିକ ଙ୍କୁ ଚିହ୍ନଟ କରିଥିଲେ। ୫ ବାଲ ଶିଶୁ ଶ୍ରମିକ ଙ୍କ ବୟସ ୧୮ ବର୍ଷରୁ କମ ଥିବା ବେଳେ ସେମାନେ ପାଠ ପଢା ବୟସରେ ଶ୍ରମିକ କାର୍ଯ୍ୟ କରୁ ଥିବାରୁ ସେମାନଙ୍କୁ ସମାଜ ର ମୁଖ୍ୟ ସ୍ରୋତରେ ଫେରିବା ପାଇଁ କମିଟି ତରଫରୁ ସଚେତନ କରାଯାଇଥିଲା। ଯେଉଁ ହସଖୁସି ବୟସରେ ହାତରେ ପେନ୍ ଖାତା ରହିବା କଥା ସେହି ବୟସରେ ଶିଶୁ ମାନେ ହାତୁଡି ଧରିବା ଦେଖି କମିଟି ର ସଦସ୍ୟ ମାନେ ଶିଶୁ ମାନଙ୍କୁ ଏଥିରୁ ନିବୃତ ରହିବାକୁ କହିଥିଲେ। ସରକାର ବିଦ୍ୟାଳୟ ରେ ମାଗଣା ରହିବା,ଖାଇବା ଓ ଶିକ୍ଷା ସୁବିଧା ଦେଉ ଥିବା ବେଳେ ପୁଣି ପାଠ ପଢିବାକୁ ଶିଶୁ ମାନଙ୍କୁ ସଚେତନ କରାଯାଇଥିଲା। ଶିଶୁ ମାନଙ୍କ ଠିକଣା ସଂଗ୍ରହ କରାଯାଇ ସେମାନେ କେଉଁ ପରିସ୍ଥିତିରେ ପାଥପଢ଼ା ଛାଡ଼ି ଶ୍ରମିକ କାର୍ଯ୍ୟ କରୁଛନ୍ତି ତାହାର ସର୍ବେକ୍ଷଣ କରାଯାଇଥିଲା। ଡାବୁଗାଁ ର ବିଭିନ୍ନ ଗ୍ରୋସରୀ ଦୋକାନ,ହୋଟେଲ,ଓ ବେସରକାରୀ ସଂସ୍ଥା ମାନଙ୍କରେ ଶିଶୁ ଶ୍ରମିକ ମାନେ ଅଳ୍ପ ବୟସରେ ପାଠ ଛାଡି ଶ୍ରମିକ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କୁ ମୁଖ୍ୟ ସ୍ରୋତରେ ଆଣିବା ପାଇଁ ଜିଲ୍ଲା ଶିଶୁ ଶ୍ରମିକ କାର୍ଯ୍ୟବାହିନୀ କମିଟି ତରଫରୁ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି। ଡାବୁଗାଁ ଅତିରିକ୍ତ ଦାୟିତ୍ବରେ ଥିବା ଲେବର ଅଫିସର ମୀନା କୁମାରୀଙ୍କ ନେତୃତ୍ୱରେ ଏହି ଦଳ ବିଭିନ୍ନ ଦୋକାନ ଓ ବେସରକାରୀ ସଂସ୍ଥା ପରିଦର୍ଶନ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ସୁମିତ ରାଜ,ଉମା ସତନାମି,ଲିପିକା ହାଲଦାର, ଗୁପ୍ତ ପ୍ରସାଦ ନାଗ,ଚିନ୍ମୟୀ ନାୟକ ଓ ଅନିତା ହୋତା ପ୍ରମୁଖ ସାମିଲ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post