ଡିଜିଟାଲ ଫସଲ ସର୍ବେକ୍ଷଣ ପ୍ରଶିକ୍ଷଣ ଶିବିର

2

ଓଡ଼ଗାଁ,୧୮।୮: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ କୃଷି ଅଧିକାରୀ ପ୍ରତିଭା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଓଡ଼ଗାଁ ବ୍ଳକ ଓସ୍ବାନ ହଲରେ ୨୦୨୫ ଖରିବ୍ ଋତୁରେ ଡିଜିଟାଲ ମାଧ୍ୟମରେ ଫସଲ ସର୍ବେକ୍ଷଣ ସମ୍ପାଦନ ପାଇଁ କାର୍ଯ୍ୟ ଯୋଜନା ମାନକ କାର୍ଯ୍ୟ ପ୍ରଣାଳୀ ନିମନ୍ତେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଓଡିଶା ସରକାର କୃଷି ଓ କୃଷକ ସଶକ୍ତି କରଣ ବିଭାଗ ଦ୍ଵାରା ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ଗାଁ ତହସିଲଦାର ଡ. ମାନସ ରଞ୍ଜନ ଭୋଇ, ଅତିରିକ୍ତ ତହସିଲଦାର ଜି ଶ୍ରୀନୁ, ସେଠୀ ପ୍ରମୁଖ ଯୋଗଦେଇଥିଲେ । ରାଜସ୍ବ, କୃଷି, ଜଳ ବିଭାଜିକା, ଉଦ୍ୟାନ ବିଭାଗର ସୁପରଭାଇଜରଙ୍କ ସହିତ କୃଷକ ସାଥି, କୃଷକମିତ୍ର, ପ୍ରାଣୀ ମିତ୍ର ଏବଂ ଗ୍ରାମିଣ ଯୁବକ କାର୍ଯ୍ୟକ୍ରମ ଯୋଗ ଦେଇଥିବା ବେଳେ ୧୩ ପଞ୍ଚାୟତରୁ ଆସିଥିବା ୫୦ ରୁ ଉର୍ଦ୍ଧ୍ବ ଅଂଶଗ୍ରହଣ କାରିଙ୍କୁ ତାଲିମ୍ ପ୍ରଦାନ କରାଯାଇଥିଲା । ଅନୁ ରୁପ ଭାବେ ଆଗାମୀ ଦୁଇଦିନରେ ୨୪ ପଞ୍ଚାୟତର ପ୍ରଶିକ୍ଷିତ ମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । ସୂଚନା ଥାଉକି ମୋଟ୍ ୨ ଶହ ଜଣ ପ୍ରଶିକ୍ଷାର୍ଥୀ ଏହି ବ୍ଳକର ୧ ଲକ୍ଷ ୭୩ ହଜାର ୯ ଶହ ୪୭ ପ୍ଳଟରେ ସର୍ଭେ କରିବେ ।

Leave A Reply

Your email address will not be published.