କାର ପୋଡ଼ି ଅଭିଯୋଗରେ ୨ ଅଭିଯୁକ୍ତ ଜେଲ ଗଲେ

0

ରେଢ଼ାଖୋଲ/ଯଶୋବନ୍ତ ନାରାୟଣ ସାହୁ :ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା କଦଳୀଗଡ଼ ପଞ୍ଚାୟତ ଅନ୍ତର୍ଗତ ପଣ୍ଡକିମାଲ ଗ୍ରମରେ ଶୁକ୍ରବାର ରାତିରେ ଏକ ଫୋର୍ଡ଼ କାରକୁ ନିଆଁ ଲଗାଇ ପୋଡ଼ିବା ଅଭିଯୋଗରେ ରେଢ଼ାଖୋଲ ଥାନା ପୋଲିସ ୨ ଜଣ ଙ୍କୁ ଗିରଫ କରିଛି l ଅଭିଯୁକ୍ତ ମାନେ ହେଲେ ,ପଣ୍ଡକିମାଲ ଗ୍ରାମର ମୁନା ସିଂ(୨୫) ଓ ସୁଶିଲ ମୁଣ୍ଡା (୨୨) l ଏହି ଗ୍ରମର ତପୋବନ ବେହେରା ରେଢ଼ାଖୋଲ ଥାନାରେ ଲିଖିତ ଅଭିଯୋଗକୁ ଭିତ୍ତିକରି ଥାନାରେ କେସ୍ ନଂମ୍ବର ୧୭/୨୦୧୯ ରେ ୪୩୫,୫୦୬,୩୪ ଆଇପିସି ଧାରା ମାମଲା ରୁଜୁ ହୋଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି l ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଜେଲ ଯିବାକୁ ପଡ଼ିଛି l ପ୍ରକାଶ ଥାଉକି ରେଢ଼ାଖୋଲ ଥାନା ଅନ୍ତର୍ଗତ ପଣ୍ଡକିମାଲ ଗ୍ରାମରେ ତପୋବନ ବେହେରା ତାଙ୍କ ଅପା ପୁଅ ମନୋଜ ବେହେରା ଙ୍କ ଓଆର ୦୨ ବିଏଚ୍ ୬୯୫୧ ନଂମ୍ବର ବିଶିଷ୍ଠ ଫୋର୍ଡ଼ କାରକୁ ସମ୍ବଲପୁର ଡ଼ାକ୍ତରଖାନାକୁ କାମରେ ଯିବାକୁ ମାଗି ଆଣି ନିଜ ଘର ସାମ୍ନାରେ ରଖିଥିଲେ lହେଲେ ରାତିରେ ଦୁର୍ବୁତ୍ତ ମାନେ କାରକୁ ପୋଡ଼ି ଦେଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା l ଏହି ଘଟଣାରେ ଗ୍ରାମବାସୀ ମାନେ ୫ ଜଣଙ୍କୁ ଧରି ପୋଲିସ୍ ଜିମା ଦେଇଥିଲେ l ସେଥିମଧ୍ୟରୁ ପୋଲିସ ତଦନ୍ତ କରି ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l

 

Leave A Reply

Your email address will not be published.