ପୁରୀ ୧୬/୮: ପୁରୀ ଜିଲ୍ଲା ରାଜସ୍ବ ବୈଠକ ଶନିବାର ପୂର୍ବାହ୍ନରେ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ଏଥିରେ ଅଧ୍ୟକ୍ଷତା କରିବା ସହ ରାଜସ୍ବ ଆଇନ ମୁତାବକ ବିଭିନ୍ନ ବିଭାଗର ରାଜସ୍ବ ସଂଗ୍ରହ କୁ ତ୍ବରାନ୍ବିତ କରିବା, ସରକାରୀ ସମ୍ପତ୍ତିର ସୁରକ୍ଷା କରିବା,ସାଧାରଣ ଲୋକ ମାନଙ୍କୁ ନିର୍ଦ୍ଧାରିତ ସମୟ ଅବଧି ରେ ସେମାନଙ୍କ ଆବଶ୍ୟକତା ଅନୁସାରେ ବିଭିନ୍ନ ସାର୍ଟିଫିକେଟ ପ୍ରଦାନ କରିବା କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ରାଜସ୍ବ ସେବା କୁ ସହଜ କରିବା ଉଦ୍ଦେଶ୍ୟ ରେ ୧୦୮ ଜଣ ରାଜସ୍ବ ନିରୀକ୍ଷକ ଙ୍କୁ ଜିଲ୍ଲାପାଳ ଲାପଟପ ପ୍ରଦାନ କରିଥିଲେ । ଏହି ଲାପଟପ ଦ୍ୱାରା ସେମାନଙ୍କ କାର୍ଯ୍ୟ ଦକ୍ଷତା ବୃଦ୍ଧି ସହ ଲୋକ ମାନଙ୍କୁ ତ୍ବରିତ ସେବା ପ୍ରଦାନ ରେ ସହାୟକ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଡା ଶରତ ଚନ୍ଦ୍ର ମହାପାତ୍ର ଏଜେଣ୍ଡା ଅନୁସାରେ ବୈଠକ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଉପ ଜିଲ୍ଲାପାଳ ରାଜ କିଶୋର ଜେନା, ଡେପୁଟି କଲେକ୍ଟର ରାଜସ୍ବ ସହଦେଵ ସାହୁ,ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ ବିଶ୍ବନାଥ ପଣ୍ଡା, ସମସ୍ତ ତହସିଲଦାର,ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ, ଲାଇନ ଡିପାଟମେଣ୍ଟ ଅଧିକାରୀ ପ୍ରମୁଖ ଯୋଗ ଦେଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.