ପୁରୀ, ୧୬/୮-ପୁରୀଜିଲ୍ଲା ସ୍ୱେଚ୍ଛାସେବୀ ସଂଗଠନ ସାମୁଖ୍ୟ ଦ ବେଲ୍ ଯୁବ ଶାଖା , ଇନର ହୁଇଲ୍ କ୍ଲବ୍ ଶ୍ରୀକ୍ଷେତ୍ର,ସମର୍ପଣ, ଦ ମିରର ,ଶିଶୁ ସମାଚାର ,ସାଇ ଉଦୟ ଲକ୍ଷ୍ମୀ ନାରାୟଣ ଟ୍ରଷ୍ଟ, ସାରା ଆକାଶ ମିଳିତ, ଆନୁକୁଲ୍ୟରେ ସ୍ଵାଧୀନତା ଦିବସ ଅବସରରେ ବନ୍ଦେ ମାତରଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଳିଆପଣ୍ଡା ସ୍ଥିତ ଏକଲବ୍ୟ ପାଠଶାଳା ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଭାରତ ଯୋଗକେନ୍ଦ୍ର ର ସଭାପତି ଯୋଗ ଗୁରୁ ରମାବଲ୍ଲଭ ମହାପାତ୍ର ଅତିଥି ଭାବରେ ଯୋଗଦେଇ ଜାତୀୟ ପତାକା ଉତ୍ତଲନ କରିଥିଲେ । ଅନ୍ୟତମ ଅତିଥି ଭାବରେ ବେଲ୍ ଅଧକ୍ଷ ସିଦ୍ଧାର୍ଥ ରାୟ ଯୋଗଦେଇ ଶିଶୁ ଓ ଯୁବକ ମାନେ ସୁସ୍ଥ ରହିଲେ ଦେଶ ସେତିକି ପ୍ରଗର୍ତି କରିବ ବୋଲି କହିଥିଲେ । ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିବା ସହିତ ଏକଲବ୍ୟ ପାଠଶାଳା ଲୋଗୋ କୁ ଅତିଥିମାନେ ଉନ୍ମୋଚୋନ କରିଥିଲେ। କାର୍ଯ୍ୟକ୍ରମକୁ ବେଲ୍ ଓମେଂନସ କ୍ଲବ୍ ସହ ସଂଯୋଜିକା ଶିଲି ସେଠୀ ଓ ୟୁଥ୍ କ୍ଲବ ସଂଯୋଜକ ଆକାଶ ସିଂ ସଂଯୋଜନା କରିଥିଲେ।ଶିଶୁ ସମାଚାର ସମ୍ପାଦକ ସୁକାନ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଉମେଶ ଚନ୍ଦ୍ର ଦାସ,ବନିତା ଦୀକ୍ଷିତ,ରାଜ କିଶୋର ପାତ୍ର,ଓମ୍ ପ୍ରକାଶ ତ୍ରିପାଠୀ,ପ୍ରଦୀପ କୁମାର ସାହୁ, ଯୋତି ପ୍ରକାଶ ମହାନ୍ତି,ରଞ୍ଜିତ ମହାନ୍ତି,ସଞ୍ଜୟ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post