ଭଞ୍ଜନଗରସ୍ଥ ଗୀତାଭଵନ ଠାରେ ଶ୍ରୀକୃଷ୍ଣ ଜନ୍ମ ଓ ନନ୍ଦୋତ୍ସବ ପାଳନ

2

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:  ଭଞ୍ଜନଗର ସହର ଭେଜିପୁଟ ରୋଡ଼ ମୁଖ୍ୟ ସଡ଼କ ପାଖରେ ଥିବା ବହୁ ପୁରାତନ ବୈଦିକ ଅନୁଷ୍ଠାନ “ଗୀତା ଭବନ” ରେ ଆଜି ମହାନ୍ ପବିତ୍ର ଦିନରେ ଶ୍ରୀକୃଷ୍ଣ ଜନ୍ମ ଓ ନନ୍ଦୋତ୍ସବ କୁ ମହା ଆନନ୍ଦ ଉଲ୍ଲାସରେ ପାଳନ କରାଯାଇଛି।
ଆଜି ଅଗଷ୍ଟ ମାସ ୧୬ ତାରିଖ ଶନିବାର ୨୦୨୫ ଦିନ ଭଞ୍ଜନଗର ଏଲ୍ ଆଇ ସି କଲୋନୀ ପାର୍ଶ୍ଵ ଗଳି ରେ ଥିବା ବହୁ ପୁରାତନ ସନାତନ ବୈଦିକ ଧାର୍ମିକ ଅନୁଷ୍ଠାନ ଗୀତାଭଵନ ରେ ଉକ୍ତ ଅନୁଷ୍ଠାନ ର ସଭାପତି ଶ୍ରୀ ପର୍ଶୁରାମ ସ୍ଵାଇଁ ଓ ସମ୍ପାଦକ ଶ୍ରୀ ରାମାନନ୍ଦ ପାତ୍ର ଙ୍କ ସମ୍ପୁର୍ଣ୍ଣ ସହଯୋଗ ରେ ପାଳିତ ହୋଇଛି ଶ୍ରୀକୃଷ୍ଣ ଜନ୍ମ ଓ ନନ୍ଦୋତ୍ସବ କାର୍ଯ୍ୟକ୍ରମ ସହିତ ସମୂହ ଜନତାଙ୍କ ସହିତ ଅନ୍ନପ୍ରସାଦ ସେବନ କାର୍ଯ୍ୟକ୍ରମ। ସନାତନ ହିନ୍ଦୁ ଧର୍ମ ଶାସ୍ତ୍ର ରୀତିନୀତି ଅନୁସାରେ ଗୀତାଭଵନ ଠାରେ ଭଗବାନ୍ ଶ୍ରୀକୃଷ୍ଣ ଙ୍କ ଜନ୍ମ,ହୋମ ଯଜ୍ଞ, ନନ୍ଦୋତ୍ସବ ସହିତ ଅନ୍ନପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜିର ହୋମ ଯଜ୍ଞାଦି କାର୍ଯ୍ୟରେ କର୍ତ୍ତା ରୁପେ ଉକ୍ତ ଅନୁଷ୍ଠାନ ର ଶ୍ରୀ ମୁରଲୀଧର ପଣ୍ଡା ଓ ତାଙ୍କ ସହଧର୍ମିଣୀ ଶ୍ରୀମତୀ ସଂଗିତା ପଣ୍ଡା ଦାୟିତ୍ଵ ନିର୍ବାହ କରି ଶେଷରେ ଅନୁଷ୍ଠାନର ସମୁହ ସଦସ୍ୟ, ସାଧାରଣ ଜନତଙ୍କ ଉପସ୍ଥିତିରେ ପୁର୍ଣ୍ଣାହୁତି ଓ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା। ଏଥିରେ ମଧ୍ୟ କିଛି ସାଧୁ ସନ୍ୟାସୀ ଯୋଗଦାନ କରିଥିଲେ। ଆଜିର ଏହି ମହାନ କାର୍ଯ୍ୟରେ ଭଞ୍ଜନଗର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ଓ ସୋରଡା ବିଧାୟକ ଶ୍ରୀଯୁକ୍ତ ନିଳମଣୀ ବିଷୋୟୀ ଯୋଗଦାନ କରି ଗୀତାଭବନ ରେ ପୁଷ୍ପାଞ୍ଜଳି ପ୍ରଦାନ କରିବା ସହ ସାମୁହିକ ଅନ୍ନପ୍ରସାଦ ସେବନ କରିଥିଲେ। ଏଥିରେ ଉକ୍ତ ଅନୁଷ୍ଠାନ ର ବରିଷ୍ଠ କର୍ମକର୍ତ୍ତା ଙ୍କ ସହିତ ସମସ୍ତ ସଦସ୍ୟ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିଲେ।

Leave A Reply

Your email address will not be published.