ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ସରସ୍ଵତୀ ଶିଶୁ ବିଦ୍ୟା ଭବନ ତରଫରୁ ସ୍ଥାନୀୟ ଟାଉନ ହଲ ଠାରେ ଶ୍ରୀ କୃଷ୍ଣ ଜନ୍ମ ମହୋତ୍ସବ ଓ ନନ୍ଦ ଉତ୍ସବ ପାଳିତ ହୋଇସାରିଛି l ଅନୁଷ୍ଠାନ ର 100 ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ମାନେ ରାଧା କୃଷ୍ଣ ବେଶରେ ବିଭିନ୍ନ ସାଂସ୍କୃତିକ ନୃତ୍ୟ ପରିବେଷଣ କରି ମନ୍ତ୍ରମୁଗ୍ଧ କରିଥିଲେ l ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡ. ସବିତା ବେହେରା,ମୁଖ୍ୟ ବକ୍ତା ଭାବେ ଶ୍ରୀମଦ୍ ରାଜେନ୍ଦ୍ର ଦାସ ବ୍ରହ୍ମଚାରୀ, ସଂମାନିତ ଅତିଥି ଭାବେ ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ପୂର୍ବତନ ଉପନଗରପାଳ ପ୍ରଶାନ୍ତ କୁମାର ସାହୁ, ବିଶ୍ଵହିନ୍ଦୁ ପରିଷଦ ଜିଲ୍ଲା ସମ୍ପାଦକ ବଟକୃଷ୍ଣ ପଣ୍ଡା,ପୂର୍ବତନ ସିଡିପିଓ ଶ୍ରୀମତୀ ଗାୟତ୍ରୀ ମିଶ୍ର,ଏବଂ ଅନୁଷ୍ଠାନ ର ସମ୍ପାଦକ ସୂର୍ଯ୍ୟ ନାରାୟଣ ପାତ୍ର ଯୋଗଦାନ କରି ନିଜ ନିଜର ବକ୍ତବ୍ୟ ଦେଇଥିଲେ।ଏହି ଉତ୍ସବରେ ଅତିଥି ଶ୍ରୀମଦ୍ ରାଜେନ୍ଦ୍ର ଦାସ ବ୍ରହ୍ମଚାରୀ କୃଷ୍ଣଙ୍କ ବାଲ୍ୟ ଜୀବନ ଉପରେ ଉଦବୋଧନ ଦେଇଥିଲେ। ଅନୁଷ୍ଠାନ ର ସମ୍ପାଦକ ସୂର୍ଯ୍ୟ ନାରାୟଣ ପାତ୍ର ଯୁଗ ଯୁଗ ଧରି ପାପର ବିନାଶ ଘଟି ଧର୍ମର କିପରି ଜୟ ହୋଇ ରହିବ ସେ ବିଷୟରେ ନିଜର ମନ୍ତବ୍ୟ ରଖିଥିଲେ ।ଏହି ଉତ୍ସବରେ ବିଭିନ୍ନ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ସହ ନୃତ୍ୟ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା।ଶତାଧିକ ଅଭିଭାବକ,ଅଭିଭାବକା ଓ କୁନି କୁନି ଛାତ୍ର ଛାତ୍ରୀମାନେ ଉତ୍ସବରେ ଯୋଗ ଦେଇ ଦୃଷ୍ଟି ଆକର୍ଷଣ କରିଥିଲେ। କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଆଶା,ଅଲିଭା, ମାମାଜିନୀ,ସୁମିତ୍ରା,ଅମ୍ବିକା ଏବଂ ଅନ୍ୟ ଗୁରୁମା ଓ ଗୁରୁଜୀଙ୍କ ନେତୃତ୍ଵରେ ପୁରସ୍କାର ବିତରଣ କରାଯାଇଥିଲା।ଶେଷରେ ସୁମିତ୍ରା ଗୁରୁମା ସମସ୍ତଙ୍କୁ ଧନ୍ୟ ବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.