ଅସ୍ତରଙ୍ଗ ଥାନା ଅଧିକାରୀ ନିଲମ୍ବିତ : ଗଂଜେଇ ଚୋରା ଚାଲାଣ ହେଲା କାଳ l

3

ଅସ୍ତରଙ୍ଗ:ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନାରେ କାର୍ଯ୍ୟରତ ଆଇ ଆଇ ସି ରାଜେଶ ବଳିଆର ସିଂ ଙ୍କୁ ରାଜ୍ୟ ପୋଲିସ ମହା ନିର୍ଦ୍ଧେଶକ ୱାଇ ବି ଖୁରାନିଆ ନିଲମ୍ବିତ କରିଛନ୍ତି l ଶ୍ରୀ ବଳିଆର ସିଂ ଏହା ପୂର୍ବରୁ କୋରାପୁଟ ଜିଲ୍ଲା ର ଜୟପୁର ଟାଉନ ଥାନାରେ ଏସ ଆଇ,ଭାବେ କାର୍ଯ୍ୟରତ ଥିବା ବେଳେ ଗଂଜେଇ ମାଫିଆ ମାନଙ୍କୁ ଗଂଜେଇ ଚୋରା ଚାଲାଣ ରେ ସାହାଯ୍ୟ ସହଯୋଗ କରୁଥିବା ନେଇ ଅଭିଯୋଗ ହେବାରୁ ଆଇନ ଗତ ଅନୁଯାଇ ତାଙ୍କୁ ଗିରଫ କରିବା ପାଇଁ ନିର୍ଦେଶ ରହି ଥିଲା l
ହେଲେ ଦୀର୍ଘ ଦିନ ଧରୀ ଗିରଫ ପରୁଆନା କୁ ଏଡାଇ ପୋଲିସ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ଶ୍ରୀ ସିଂ ଙ୍କୁ, ଅଚାନକ ଜୟପୁର ପୋଲିସ ତାଙ୍କ ମିସେସ ଙ୍କ ନାମରେ ଥିବା ଭୁବନେଶ୍ୱର ସରକାରି ବାସଗୃହ ନିକଟରେ ପହଞ୍ଚି ଗୁରୁବାର ଦିନ ଜେରା ପାଇଁ ଉଠାଇ ଆଣିଥିଲା ନିକଟ ପୋଲିସ ଷ୍ଟେସନ କ୍ୟାପିଟାଲ ଥାନାକୁ l କିଛି ସମୟ ଆଲୋଚନା ଚାଲିଥିବା ବେଳେ, ଅସ୍ତରଙ୍ଗ ଥାନା ଅଧିକାରୀ ପାସ ଯିବା କହି ବାହାର କୁ ଆସିଥିଲେ ଓ କିଛି ସମୟ ଭିତରେ କୁଆଡେ ଫେରାର ହୋଇ ଯାଇ ଥିବା ଜଣା ପଡିଥିଲା l ପୂଲିସ ଅଧିକାରୀ ମାନେ ବହୁ ସମୟ ଅପେକ୍ଷା କରି ନ ଫେରି ବାରୁ ଖୋଜା ଖୋଜି କରି ଥିଲେ ମଧ୍ୟ ନ ମିଳିବାରୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଜଣାଇବା ପରେ ଚିଠି ନମ୍ବର 3004/15,8,2025 ରେ ପୋଲିସ ମହା ନିର୍ଦ୍ଦେଶକ ଚାକିରୀରୁ ନିଲମ୍ବିତ କରିଛନ୍ତି l

Leave A Reply

Your email address will not be published.