ଭୁବନେଶ୍ୱର: ଟିପିସିଓଡିଏଲ୍ ପକ୍ଷରୁ ୭୯ତମ ସ୍ଵାଧୀନତା ଦିବସ କର୍ପୋରେଟ କାର୍ଯ୍ୟାଳୟ ପରିସରରେ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଭାରତର ସ୍ଵାଧୀନତା ସଂଗ୍ରାମୀଙ୍କ ବୀରତ୍ଵ ଓ ବଳିଦାନକୁ ମନେପକାଇ ଏହି ଦିବସକୁ ପାଳନ କରାଯାଇଛି। ଟିପିସିଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅରଭିନ୍ଦ୍ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହାପରେ କମ୍ପାନୀର ସୁରକ୍ଷାକର୍ମୀମାନେ ମାର୍ଚ-ପାଷ୍ଟ୍ ପ୍ରଦର୍ଶନ କରିଥିଲେ। କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅରଭିନ୍ଦ୍ ସିଂହ ସ୍ଵାଧୀନତା ପାଇଁ ବଳିଦାନ ଦେଇଥିବା ସଂଗ୍ରାମୀଙ୍କ ସ୍ମୃତିଚାରଣ କରିବା ସହ ଦେଶର ପ୍ରଗତି ପାଇଁ କାର୍ଯ୍ୟ କରିବାକୁ ଉପସ୍ଥିତ କର୍ମଚାରୀମାନଙ୍କୁ ଆହ୍ବାନ କରିଥିଲେ। ଟିପିସିଓଡିଏଲର ଅଧିକାରୀମାନେ ଭାରତର ଗୌରବମୟ ଇତିହାସକୁ ମନେ ପକାଇବା ସହ ବିକଶିତ ଭାରତର ସ୍ବପ୍ନ ସାକାର କରିବା ଦିଗରେ ପ୍ରତ୍ୟେକ କର୍ମଚାରୀଙ୍କ ଯୋଗଦାନ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ କମ୍ପାନୀର ନେତୃବୃନ୍ଦ ଏବଂ କର୍ମଚାରୀମାନେ ଉପସ୍ଥିତ ରହିଥିଲେ।
Sign in
Sign in
Recover your password.
A password will be e-mailed to you.