ସରକାରୀ ପ୍ରାଥମିକ ବିଦ୍ୟାଳୟ ଦେଣ୍ଡୋ ଗୁଡ଼ା ଠାରେ ୭୯ ତମ ସ୍ବାଧିନତା ଦିବସ

3

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ  ଲାଇତରା କ୍ଲଷ୍ଟର ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଦେଣ୍ଡୋ ଗୁଡ଼ା ଠାରେ ୭୯ ତମ ସ୍ବାଧିନତା ଦିବସ ପାଳନ କରାଯାଇଅଛି ।ଏହି ଅବସରରେ ସି ଆର ସି ସି ଶ୍ରୀ ତପନ କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ ।ଦୁଇଟିର ବିଦ୍ୟାଳୟ ପରିଚାଳନା ସଭାପତି ଶ୍ରୀ ପୋଢ଼ ଓ ଶ୍ରୀମତୀ  ପୋଡ ମଧ୍ୟ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ ।ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସାବିତ୍ରୀ ଦେଇ ସହ ଶିକ୍ଷୟିତ୍ରୀ ଶ୍ରୀମତୀ ପଦ୍ମାବତୀ ଓଝା ,ଅମିନା ଭୋଇ , ସନ୍ଧ୍ୟାରାଣି ପ୍ରତିହାରୀ ,ଶିକ୍ଷକ ଶ୍ରୀ ଅମରେଶ ବିଶି ମଧ୍ୟ ଉପସ୍ଥିତ ଥିଲେ ।ସି ଆର ସି ସି ଶ୍ରୀ ଦାଶ ନିଜର ଅଭିଭାଷଣ ପ୍ରଦାନ କରିଥିଲେ ଓ ତାହା ପରେ ସମସ୍ତଙ୍କୁ ବିଦ୍ୟାଳୟ ତରଫରୁ ମିଷ୍ଟାନ୍ନ ବଣ୍ଟନ କରା ଯାଇଥିଲା ।ଖୁସି ଓ ଗର୍ବର ବିଷୟ ଏହା ଥିଲା ଯେ ଆଜି ସକାଳୁ ଢୁ ଢୁ ବର୍ଷ ହେବା ସତ୍ବେ ମଧ୍ୟ ବର୍ଷାକୁ ଖାତିର ନକରି ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଭିଜି ଭିଜି ଜାତୀୟ ପତାକା କୁ ସମାନ ର ସହିତ ଉତ୍ତୋଳନ କରିଥିଲେ ।ସକାଳୁ ସକାଳୁ ଲଇତରା କ୍ଲଷ୍ଟର ର ସମସ୍ତ ବିଦ୍ୟାଳୟରେ ବିଭିନ୍ନ ଦେଶାତ୍ମବୋଧ ସ୍ଲୋଗାନ ରେ ଚତୁର୍ଦ୍ଧିଗ ପ୍ରକମ୍ପିତ ହୋଇ ଉଠୁଥିଲା ।

Leave A Reply

Your email address will not be published.