ଜମନକିରା (ଲିପନ ନାଏକ ): ଆଜି ସମଗ୍ର ଦେଶରେ ସରକାରୀ ଅନୁଷ୍ଠାନ ଠୁ ଧରି ବେସରକାରୀ ଅନୁଷ୍ଠାନ ମାନଙ୍କ ଠାରେ ସ୍ୱାଧୀନତା ଦିବସ ପାଳନ ହୋଇଥିବା ବେଳେ ଜମନକିରା ବ୍ଲକ ବଡ଼ମାଳ ପଞ୍ଚାୟତ ଟାଙ୍ଗରାଣି ହାଇସ୍କୁଲ ରେ ମଧ୍ୟ ୭୯ ତମ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି l ସ୍କୁଲର ପ୍ରଧାନ ଶିକ୍ଷକ ବୀରେନ୍ଦ୍ର ସାହୁ ଙ୍କ ଅଧକ୍ଷତା ରେ ଏହି ପତ୍ତାକା ଉତ୍ତୋଳନ ସମୟରେ କୁଚିଣ୍ଡା ତଥା ଲାଇକେରା ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ଏବଂ ବଡ଼ମାଳ ପୂର୍ବତନ ସମିତି ସଭ୍ୟ ହୃଦାନନ୍ଦ ନାଏକ ସମସ୍ତ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ଙ୍କ ଉପସ୍ଥିତି ରେ ପତାକା ଉତ୍ତଳୋନ କରି ରାଷ୍ଟ୍ରୀୟ ଗାନ କରିଥିଲେ l ଏହି ଅବସରରେ ଅତିଥି ବୃନ୍ଦ ଛାତ୍ରଛାତ୍ରୀ ଙ୍କୁ ଆମ ଦେଶ ପାଇଁ ବଳିଦାନ ଦେଇ ଥିବା ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ବିଷୟରେ କହିବା ସହିତ ନିଜ ଦେଶ ପ୍ରତି ଭକ୍ତି ଭାବ ଗଢି ଭଲ ପଢି କିପରି ଭାବରେ ଭଲ ମଣିଷ ଟିଏ ଗଢି ହୋଇପାରିବା ତାହା କହିଥିଲେ l ଶେଷରେ ଅତିଥି ବୃନ୍ଦଙ୍କ ଦ୍ୱରା ଛାତ୍ରଛାତ୍ରୀଙ୍କୁ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା l ଏହି ଅବସରରେ ରେ ସ୍କୁଲ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସ୍ୱାଧୀନତା ଦିବସ ପାଳନ କରିବା ସହ ମିଷ୍ଟାନ ବଣ୍ଟନ କରିଥିଲେ l
Sign in
Sign in
Recover your password.
A password will be e-mailed to you.