କେନ୍ଦୁଝର ଷ୍ଟାଡିୟମରେ ୭୯ତମ ସ୍ୱାଧୀନତା ଦିବସ ପାଳିତ ।

3

   ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ରୂପେ ଜାତୀୟ ପତାକା ଉତ୍ତୋଳନ କରି ସରକାରଙ୍କ ସଫଳତା ବଖାଣିଲେ ।         

 କେନ୍ଦୁଝର,ତା୧୫/୮- ଆଜି ଅଗଷ୍ଟ ୧୫ ତାରିଖ ଦେଶର ୭୯ତମ ସ୍ୱାଧୀନତା ପାଳନର ଏକ ବିଶେଷ ଦିନ । ତେଣୁ ଜିଲ୍ଲା ସାରା ଉତ୍ସବମୁଖର ଥିଲା ପରିବେଶରେ ଜାତୀୟତା ଭାବ ଉଦ୍ରେକ ହେଉଥିଲା ରାସ୍ତାଘାଟ ଚାରି ଆଡ଼େ ତ୍ରିରଙ୍ଗା । ତେବେ ଜିଲ୍ଲାର ମୁଖ୍ୟାଳୟର କେନ୍ଦୁଝର ଷ୍ଟାଡିୟମ ଠାରେ ମୁଖ୍ୟ ଉତ୍ସବ ଜାତୀୟ ପତାକା ଉତ୍ତୋଳନ ଉତ୍ସବ ଖୁବ୍ ଆଡ଼ମ୍ବର ସହକାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳନ କରା ଯାଇଥିଲା । ଆଜି ମୁଖ୍ୟ ଅତିଥି ରହିଥିଲେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋର ସମୟରୁ ରାମଧୂନ କରି ପାହାନ୍ତାରେ ପ୍ରଭାତଫେରୀ ପରେ ବିଭିନ୍ନ  କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସରକାରୀ ବେସରକାରୀ ଅନୁଷ୍ଠାନ ଓ ଘର ମାନଙ୍କରେ ଜାତୀୟ ପତାକା ତ୍ରିରଙ୍ଗା ଉତ୍ତୋଳନ ପରେ ଅତିଥି ସହରର ବିଭିନ୍ନ ମହାପୁରୁଷ ମାନଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ମୁଖ୍ୟଅତିଥି ସକାଳ ୯ଟା ୧୫ରେ ଷ୍ଟାଡ଼ିୟମରେ ପହଞ୍ଚି ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପ୍ୟାରେଡ଼ ନିରୀକ୍ଷଣ କରି ଅଭିବାଦନ ଗ୍ରହଣ କରିଥିଲେ। ନିଜ ଅଭିଭାଷଣରେ ସେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସଫଳତା କଥା କହିଥିଲେ ଏଥି ସହ ଦେଶ ଲାଗି ବଳିଦାନ ଦେଇଥିବା ସହିଦ ଓ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ସ୍ମରଣ କରିଥିଲେ। ଏହାପରେ ସଫଳ ଚାଷୀ ଉଦ୍ୟୋଗୀ ଛାତ୍ରଛାତ୍ରୀଙ୍କୁ ସମ୍ମାନୀତ କରିଥିଲେ। ଏହି କାର୍ଯ୍ୟକ୍ରମ ପରେ ଅପରାହ୍ନରେ କେନ୍ଦୁଝର ଷ୍ଟାଡିୟମରେ ଜିଲ୍ଲା ପ୍ରଶାସନ ଓ ଜନତାଙ୍କ ଭିତରେ ଏକ ପ୍ରଦର୍ଶନୀ ଫୁଟବଲ ଖେଳ ସହ କେନ୍ଦୁଝର ଅଡ଼ିଟୋରିୟମ ରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ସେହି ଅଡ଼ିଟୋରିୟମରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣ କରାଯାଇଥିଲା। ଜିଲ୍ଲା ପୋଲିସ ପକ୍ଷରୁ ସ୍ୱାଧୀନତା ଦିବସ ଲାଗି ସତର୍କ ଦୃଷ୍ଟି ରଖା ଯାଇ ଆଇନ ଶୃଙ୍ଖଳା ରକ୍ଷା କରାଯାଇଥିଲା ଏବଂ ବନ ବିଭାଗ ପକ୍ଷରୁ ପୁରସ୍କୃତ ଛାତ୍ରଛାତ୍ରୀ ଓ ବ୍ୟକ୍ତିତ୍ୱଙ୍କୁ ଗଛ ଚାରା ଉପହାର ଆକାରରେ ଦିଆଯାଇଥିଲା।

Leave A Reply

Your email address will not be published.