କେନ୍ଦୁଝର ଜିଲ୍ଲା କଂଗ୍ରେସ ଭବନରେ ସ୍ୱାଧୀନତା ଦିବସ ପାଳନ।

4

କେନ୍ଦୁଝର,ତା୧୫/୮- ଆଜି ଥିଲା ଅଗଷ୍ଟ ୧୫,୨୦୨୫ ଦେଶ ୭୯ତମ ସ୍ଵାଧୀନତା ଦିବସ ମନାଇଛି। ଏହି  ବିଶେଷ ଦିନରେ ସବୁ ଆଡ଼େ ପରିବେଶ ଉତ୍ସବ ମୁଖର ଜାତୀୟ ପତାକା ତ୍ରିରଙ୍ଗା ଉତ୍ତୋଳନ ସହ ବିଭିନ୍ନ କାର୍ଯ୍ୟକ୍ରମ ହେଉଛି। ତେଣୁ ଜିଲ୍ଲା କଂଗ୍ରେସ ଭବନରେ ଜାତୀୟ ପତାକା ଉତ୍ତୋଳନ ସହ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ଜିଲ୍ଲା କଂଗ୍ରେସ ସଂଯୋଜିକା ସୁଶ୍ରୀ ସଂଗୀତା ସିଂହ ସକାଳେ ଜାତୀୟ ପତାକା ଉତ୍ତୋଳନ କରିବା ପରେ ଉପସ୍ଥିତ ନେତା ଓ କର୍ମୀ ମାନେ ଜାତୀୟ ସଂଗୀତ ଗାନ କରିଥିଲେ। ଆଜି କାର୍ଯ୍ୟକ୍ରମରେ ପିସିସି ସାଧାରଣ ସମ୍ପାଦକ ପୂର୍ବତନ ସଦର ବିଧାୟକ ଇଂ ସୁବର୍ଣ୍ଣ ନାୟକ, ମୋହନ ଚରଣ ପରିଡ଼ା,ଆଲୋକ ମିଶ୍ର, ବସନ୍ତ ଦାସ, ରତ୍ନାକର ଜେନା, ଲଳିତ କୁମାର ନାୟକ, ପ୍ରତିଭା ମଞ୍ଜରୀ ନାୟକ,ରଘୁନାଥ ପାତ୍ର, କ୍ଷୀରୋଦ ପାତ୍ର, ସୁଢଳ କୁମାର ସେଠୀ,ପୂର୍ଣ୍ଣ ଚନ୍ଦ୍ର ଦାସ, ସୁକୁମାର ପାଣିଗ୍ରାହୀ, ଭବାନୀ ଶଙ୍କର ମହାପାତ୍ର, ଦିନେଶ ରାଉତ, ଐତିହ୍ୟ ଦିବ୍ୟ ସିଂହ ଆଦି ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.