କୋଲନରା / ଦେବୀପ୍ରସାଦ ମହାନ୍ତି ତା-(୧୫-୦୮-୨୦୨୫) : ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ୍ ଆୟୁଷ ସ୍ନାତକ ( କଳା) ମହାବିଦ୍ୟାଳୟରେ ମହାଆଡମ୍ଭରେ ସ୍ୱାଧୀନତା ଦିବସ ପାଳିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅଥିତି ଭାବେ ଯୋଗ ଦେଇଥିଲେ ଶ୍ରୀଯୁକ୍ତ ରବିଶଙ୍କର ଶତପଥି ଓ ଶ୍ରୀଯୁକ୍ତ ଉଦୟଚନ୍ଦ୍ର ଚୌଧୁରୀ,ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ କରୁଣାକର ବେହେରା, ସଭାପତି ଭାବେ ଯୋଗ ଦେଇଥିଲେ ମହାବିଦ୍ୟାଳୟର ସଭାଦକ୍ଷ ଶ୍ରୀଯୁକ୍ତ ରବି ଚୌଧୁରୀ, ଅଧ୍ୟକ୍ଷ ଶ୍ରୀମାନ ସୌଦାଗର ସିଅ (ଓଡ଼ିଆ ବିଭାଗ ), ଦୀକ୍ଷିତା ଲିମ୍ମା (ଶିଳ୍ପ ବିଭାଗ ), ଯଶୋଦା ନାୟକ (ରାଜନୀତି ବିଜ୍ଞାନ ବିଭାଗ ), ଶସ୍ମିତା ଚମ୍ପାଫୁଲ ( ଇତିହାସ ବିଭାଗ ), ଆୟୁଷ ସ୍କୁଲର ଅଧ୍ୟକ୍ଷ କିରଣ ସାର ଏବଂ ଛାତ୍ର, ଛାତ୍ରୀ l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଅମ୍ଲାନ ପତିଭା ମାନଙ୍କୁ ଦୀପ ପ୍ରଜ୍ବଳନ ପୂର୍ବକ ଜାତୀୟ ପତାକା ଉତ୍ତଳନ କରାଯାଇଥିଲା ଏବଂ ପରେ ଛାତ୍ର,ଛାତ୍ରୀ ମାନଙ୍କ ଦ୍ୱାରା ଜାତୀୟ ସଂଗୀତ ଗାନ କରାଯାଇଥିଲା l ପରବର୍ତ୍ତୀ ପର୍ଯ୍ୟାୟରେ ସମସ୍ତ ଅତିଥି ବୃନ୍ଦ ଏବଂ ଛାତ୍ର, ଛାତ୍ରୀ ମାନେ ସ୍ୱାଧୀନତା ଦିବସର ମହତ୍ତ୍ୱ, ଲକ୍ଷ୍ୟକୁ ଭିତିକରି ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ l ମହାବିଦ୍ୟାଳୟ ତରଫରୁ ପଚାଶ ଫୁଟ ବିଶିଷ୍ଟ ତ୍ରିରଙ୍ଗା ପତାକା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ମହାବିଦ୍ୟାଳୟ ଠାରୁ ରାମନାଗୁଡ଼ାର ବିଭିନ୍ନ ସହି ସମେତ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ l ପରବର୍ତ୍ତୀ ପର୍ଯ୍ୟାରେ ମହାବିଦ୍ୟାଳୟ ଦ୍ୱାରା ପିଲାମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା, ଉକ୍ତ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର, ଛାତ୍ରୀ ମାନଙ୍କୁ ସମସ୍ତ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା l କାର୍ଯ୍ୟକ୍ରମ ଶେଷରେ ଅଧ୍ୟପିକା ସୁଶ୍ରୀ ଦୀକ୍ଷାତା ଲିମ୍ମା ଦ୍ୱାରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମ ସମାପନ କରାଯାଇଥିଲା l
Sign in
Sign in
Recover your password.
A password will be e-mailed to you.