ବାସୁଦେବପୁର ବଣିକ ସଂଘ ପକ୍ଷରୁ ମେଡିକାଲ ରେ ଫଳ ବଣ୍ଟନ।

4

ବାସୁଦେବପୁର – ପବିତ୍ର ସ୍ୱାଧୀନତା ଦିବସ ରେ ବାସୁଦେବପୁର ବଜାର ରେ ଥିବା ନୀଳମଣି ମାର୍କେଟ କମ୍ପ୍ଲେକ୍ସ ଆଗ ରେ ବାସୁଦେବପୁର ବଣିକ ସଂଘ ପକ୍ଷରୁ  ପତାକା ଉତ୍ତୋଳନ ସହ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ରେ ଫଳ ବଣ୍ଟନ କରାଯାଇଛି। ବାସୁଦେବପୁର ବଣିକ ସଂଘ ପକ୍ଷ ରୁ ସକାଳୁ ପତାକା ଉତ୍ତୋଳନ କରିଥଲେ ଶିକ୍ଷାବିତ୍ ମାଧବାନନ୍ଦ ପୁହାଣ। ପରେ ବଣିକ ସଂଘ ର ସଭାପତି ଡ ଉମାକାନ୍ତ ଖୁଣ୍ଟିଆ,ମାଧବାନନ୍ଦ ପୁହାଣ , ଦିନ ବନ୍ଧୁ ନାୟକ, ଅଜୟ କୁମାର ବାରିକ, ଶୃଷେଶୁ ବାରିକ୍, ହରେକୃଷ୍ଣ ପାଢ଼ୀ, ବଳରାମ ପେରିୱାଲ, ଭୀମସେନ୍ ବେହେରା,ବାବୁଲି ନାୟକ (ଦଶଭୁଜା ମାମୁଁ)ଙ୍କ ସହ ସଦସ୍ୟ ମାନେ ଉପସ୍ଥିତ ରହି  ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ରେ ଫଳ ବଣ୍ଟନ କରିଥିଲେ।

Leave A Reply

Your email address will not be published.